ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ ସର୍ବକନିଷ୍ଠ ଶିଶୁ ଶିଳ୍ପୀ ରୋଶନ


ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଶିଶୁ ଚିତ୍ରଶିଳ୍ପୀ ରୋଶନ ରଣା । ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ ଶୀର୍ଷକ ଏକ ଚିତାକର୍ଷକ ଚିତ୍ର ଅଙ୍କନ ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ଗ୍ରହଣ କରି ସେ ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ରୋଶନଙ୍କ ଘର ଭଙ୍ଗାବାରି ଗାଁରେ । ସେ ଏବେ ୫ମ ଶ୍ରେଣୀର ଛାତ୍ର । ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ରୁଚି ରହିଥିଲା ତାଙ୍କର । ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି ରୋଶନ । ସୋମବାର ଗାନ୍ଧି ଜୟନ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପୁରସ୍କୃତ କରିଛନ୍ତି । ପୁରସ୍କାର ବାବଦକୁ ରୋଶନକୁ ୧ ଲକ୍ଷ ଟଙ୍କା ସହ ପ୍ରଶଂସାପତ୍ର ଓ ଅନ୍ୟ ଉପହାର ପ୍ରଦାନ କରାଯାଇଛି । ଜାତୀୟସ୍ତରରେ ଏହିଭଳି ପୁରସ୍କାର ଲାଭ କରିବାରେ ରୋଶନ ସର୍ବକନିଷ୍ଠ ଚିତ୍ରଶିଳ୍ପୀ ହେବାର କୃତିତ୍ୱ ଅର୍ଜନ କରିଛନ୍ତି ।

Previous ଅମିତ ଶାହାଙ୍କ ବାଚଳାମିରୁ ବିଭ୍ରାନ୍ତି
Next ଦୀପାବଳିରେ ନିରାପଦ ଓ ସୁରକ୍ଷିତ ରହିବା ପାଇଁ କିଛି ଟିପ୍ସ

No Comment

Leave a reply

Your email address will not be published. Required fields are marked *