ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ‘ଦାଉଦ୍ ଇବ୍ରାହିମ୍’ 

underworld-don-dawood ibrahim

ଭାରତରେ ଆତଙ୍କରାଜ ଖେଳାଇ ମୃତ୍ୟୁର ସୌଦାଗର ପାଲଟିଥିବା ଦାଉଦ୍ ଇବ୍ରାହିମ୍ ଏବେ ପଡୋଶୀ ଦେଶରେ ଆତ୍ମଗୋପନ କରି ରହିଥିବାର ସୂଚନା ମିଳୁଛି । ଡି-କମ୍ପାନୀ ଆରମ୍ଭ କରି ଅପରାଧ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ଦାଉଦ୍ । ପୃଥିବୀର ୧୦ ଜଣ ପ୍ରମୁଖ ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କ ତାଲିକାରେ ଦାଉଦର ନାମ ରହିଛି । ୧୯୯୩ ଓ ୨୦୦୮ ମସିହାରେ ବମ୍ବେରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟାଇ ଅନେକଙ୍କ ଜୀବନ ନେଇଥିଲା ଏହି ନରରୂପୀ ରାକ୍ଷସ । ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିଷୟରେ ଆମେ ଆପଣମାନଙ୍କୁ କିଛି କହିରଖୁଛୁ ।

– ଦାଉଦ୍ ଇବ୍ରାହିମ୍ ୧୯୫୫ ମସିହା ଡିସେମ୍ବର ୨୭ ମହାରାଷ୍ଟ୍ରର ରତ୍ନଗିରିଠାରେ ଜନ୍ମ ହୋଇଥିଲା ।

– ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ଦାଉଦ୍ ଅଧାରୁ ସ୍କୁଲ ପାଠପଢ଼ା ଛାଡ଼ି ଡ୍ରଗ୍ସ ବେପାର, ଚୋରି, ଡକାୟତି କରିବା ଆରମ୍ଭ କରିଦେଇଥିଲା ।

– ଦାଉଦଙ୍କ ବାପା ପୋଲିସରେ ଥିଲେ । ଟଙ୍କା ରୋଜଗାରର ନିଶାରେ ଦାଉଦ ଅପରାଧ ଜଗତର ୱାନ୍ ୱେ ରାସ୍ତାରେ ଯାଇ ଦେଶର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ପାଲଟିଯାଇଛି ।

– ବମ୍ବେରେ ‘କରିମ୍ ଲାଲା’ର ଗ୍ୟାଙ୍ଗ୍ ସହ ମିଶି ଦାଉଦ୍ ନିଜ ଅପରାଧୀ ଜୀବନ ଆରମ୍ଭ କରିଥିଲା । ୧୯୮୦ ମସିହା ବେଳକୁ ଗ୍ୟାଙ୍ଗଷ୍ଟାର୍ ଭାବେ ନିଜର ନୂଆ ପରିଚୟ ସୃଷ୍ଟି କରି ଅପରାଧ ଜଗତଠାରୁ ବଲିଉଡ୍ ଯାଏଁ ନିଜର ଆତଙ୍କ ଖେଳାଇବାରେ ଲାଗିଲା ।

– ଅଣ୍ଡର ୱାର୍ଲଡ୍ ଡନ୍ ଦାଉଦ୍ ୧୯୮୬ରେ ଟିମ୍ ଇଣ୍ଡିଆର ଡ୍ରେସିଙ୍ଗ୍ ରୁମକୁ ଆସି କ୍ରିକେଟ୍ ମ୍ୟାଚରେ ପାକିସ୍ତାନକୁ ହାରାଇଥିବା ସବୁ ଭାରତୀୟ ଖେଳାଳିଙ୍କୁ ଦେଖା କରିବାକୁ ଆସିଥିଲା । ହେଲେ କପିଲ ଦେବ୍ ଦାଉଦକୁ ସେଠାରୁ ବିଦା କରିଦେଇଥିଲେ ।

– ଦାଉଦ୍ ସହିତ ସବୁବେଳେ ଜଣେ ଡାକ୍ତର ଓ ଦୁଇଜଣ ନର୍ସ ରୁହନ୍ତି ।

– ପାକିସ୍ତାନୀ କ୍ରିକେଟର୍ ଜାଭେଦ୍ ମିଆଁଦାଦଙ୍କ ପୁଅ ସହିତ ଦାଉଦର ଝିଅ ମାହାରୁଖର ବିବାହ ହୋଇଥିଲା । ଏହି ବିବାହ ପରେ ଜାଭେଦ ମିଆଁଦାଦଙ୍କୁ ଭାରତ ଆସିବା ପାଇଁ ପ୍ରତିବନ୍ଧକ ଲଗାଗଲା ।

– ଦାଉଦର ଜୀବନୀ ଉପରେ ବଲିଉଡରେ ଅନେକ ଚଳଚ୍ଚିତ୍ର ତିଆରି କରାଯାଇଛି । ସେଥିରୁ ‘ଡି’, ‘ଡି-ଡେ’, ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା’ ଓ ‘ବ୍ଲାକ୍ ଫ୍ରାଇଡେ’ ଭଳି ଫିଲ୍ମ ଅନ୍ୟତମ । 

– ଭାରତରେ ରାଜନୀତି କରିବା ଦାଉଦ୍ ଇବ୍ରାହିମର ସ୍ୱପ୍ନ ।

– ସରକାରୀ ରେକର୍ଡ ଅନୁଯାୟୀ ଦାଉଦ୍ ଇବ୍ରାହିମ୍ ପାଖରେ ୭ ବିଲିୟନ୍ ଡଲାର ବା ୩୫ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । ଅପରାଧ ଜଗତରେ ଦାଉଦ ସବୁଠାରୁ ଧନୀ ।

– ପୃଥିବୀର ୧୦ଜଣ ମୋଷ୍ଟ ୱାଣ୍ଟେଡଙ୍କ ମଧ୍ୟରେ ଦାଉଦ୍ ତୃତୀୟ ସ୍ଥାନରେ ଅଛି ।

– ଦାଉଦ୍ ଇବ୍ରାହିମକୁ ଧରାଇବା ବ୍ୟକ୍ତିଙ୍କୁ ଅଢ଼େଇ କୋଟି ଟଙ୍କାର ପୁରସ୍କାର ସରାକର ଘୋଷଣା କରିଛନ୍ତି ।

ଦିପ୍ତିରଞ୍ଜନ ବେହେରା 

Previous କ୍ୟାମେରା ଓ ଫଟୋଗ୍ରାଫିର ଇତିହାସ ଏବଂ କିଛି ଜଣା ଅଜଣା କଥା
Next ଉପକାରୀ ମହୁଲ

No Comment

Leave a reply

Your email address will not be published. Required fields are marked *