କିନ୍ନରଙ୍କ ଗୁପ୍ତ ରହସ୍ୟ

Some interesting Facts about Kinnar

କିନ୍ନର କୁହନ୍ତୁ ଅବା ହିଞ୍ଜଡ଼ା ଏମାନେ ସାଧାରଣ ଲୋକଙ୍କଠାରୁ ଟିକିଏ ଭିନ୍ନ । ଏମାନଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ । କେମିତି ସେମାନଙ୍କର ଚାଲି ଚଳଣି, କାହିଁକି ସେମାନେ ସାଧାରଣଙ୍କଠାରୁ ଭିନ୍ନ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆମ ମନରେ ଉଙ୍କିମାରେ । ସେହିଭଳି କିଛି ପ୍ରଶ୍ନର  ଉତ୍ତର ଆମେ ଆପଣଙ୍କ ପାଇଁ ଖୋଜି ଆଣିଛୁ । ଚାଲନ୍ତୁ ସେ ବିଷୟରେ ଟିକିଏ ଭଲକରି ଜାଣିବା ।

– କିନ୍ନର ବା ହିଞ୍ଜଡ଼ାମାନେ ସେମାନଙ୍କର ୪ଜଣ ଦେବୀଙ୍କୁ ପୂଜାକରନ୍ତି ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କାହାର କୁଣ୍ଡଳୀରେ ଶନି, ବୁଧ ଓ କେତୁଙ୍କ ଅଶୁଭ ଯୋଗ ଥିଲେ ସେ କିନ୍ନର ହେବାର ସମ୍ଭାବନା ରହିଥାଏ ।

– ଆମ ଦେଶରେ କିନ୍ନରଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ ।

– କିନ୍ନରଙ୍କ ମୃତ୍ୟୁପରେ ତାଙ୍କୁ ଜଳା ନଯାଇ ପୋତିଦିଆଯାଏ ।

– କିନ୍ନରଙ୍କ ମୃତ ଶରୀରକୁ ପୋତିବା ପାଇଁ ଅର୍ଦ୍ଧରାତ୍ରିରେ ନିଆଯାଏ ।

– କିନ୍ନରଙ୍କ ସମାଜରେ ମୃତ୍ୟୁ ପରେ ବି କେହି ଶୋକ ପାଳନ କରନ୍ତି ନାହିଁ ।

– ମୃତ କିନ୍ନରଙ୍କ ମର ଶରୀରକୁ ଅଜଣା କିନ୍ନର ବା ସାଧାରଣ ବ୍ୟକ୍ତି ଦେଖିବା ମନା । କାରଣ ସେମାନେ ଭାବନ୍ତି ଅଜଣା ବ୍ୟକ୍ତି ଦେଖିଲେ ମୃତ ବ୍ୟକ୍ତି ଆର ଜନ୍ମରେ ମଧ୍ୟ କିନ୍ନର ହୋଇ ଜନ୍ମ ନେବ ।

– ରାଜାମାନଙ୍କ ଅମଳରେ କିନ୍ନରମାନେ ରାଜଉଆସରେ ନାଚଗୀତ କରୁଥିଲେ ।

– କିନ୍ନରଙ୍କ ଆଶୀର୍ବାଦ ଫଳପ୍ରଦ ହୋଇଥାଏ ବୋଲି ଅନେକେ ମାନନ୍ତି ।

– ବ୍ରହ୍ମାଙ୍କର ଛାଇରୁ କିନ୍ନରଙ୍କ ଜନ୍ମ ବୋଲି ପୌରାଣିକ ମତ ରହିଛି ।

– କିନ୍ନରଙ୍କ ସମାଜରେ ସାମିଲ ହେବା ପାଇଁ କିଛି ନୀତି ନିୟମ ପାଳନ କରିବାକୁ ପଡ଼େ ।

– ଲିଙ୍ଗ ନିରୁପଣ ବେଳେ ପୁରୁଷଙ୍କ ‘M’, ମହିଳାଙ୍କ ‘F’ ଏବଂ କିନ୍ନରଙ୍କ ପାଇଁ ‘E’ ଲେଖାଯାଏ ।

– କିନ୍ନରଙ୍କ ବିକାଶ ପାଇଁ ତାଲିମନାଡ଼ୁରେ ଏକ ବୋର୍ଡ ଗଠନ କରାଯାଇଛି ।

– କିନ୍ନରମାନେ କେବଳ ମଙ୍ଗଳ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି, ଶୋକ ପାଳନରେ ନୁହେଁ ।

– ନବଜାତ ଶିଶୁକୁ କୋଳେଇ ନେଇ କିନ୍ନରମାନେ ପରଖି ନିଅନ୍ତି ଯେ, ଶିଶୁଟି ସ୍ତ୍ରୀ ନା ପୁରୁଷ ନା କିନ୍ନର ।

ଦିପ୍ତିରଞ୍ଜନ ବେହେରା

Previous ପ୍ରେମିକାର ଭାବନାରେ ପୁରୁଷ
Next ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ (Prepositions Part - 2)

No Comment

Leave a reply

Your email address will not be published. Required fields are marked *