୩୦ ହଜାର ବର୍ଷ ପୂର୍ବରୁ ମଣିଷମାନେ କୁକୁରଙ୍କୁ ଗୃହପାଳିତ ପଶୁଭାବେ ନିଜ ପାଖରେ ରଖିବା ଆରମ୍ଭ କରିଥିଲେ ।
– କୁକୁର ଏବଂ ଗଧିଆ ଏହି ଦୁଇ ପ୍ରଜାତି ପଶୁଙ୍କର DNA ପାଖାପାଖି ସମାନ ଅଟେ ।

– ଦୁନିଆର ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା କୁକୁର ନାମ ‘ମ୍ୟାଗି’ । ଯାହାର ମୃତ୍ୟୁ ୩୦ ବର୍ଷ ବୟସରେ ହୋଇଥିଲା । ସେ ଅଷ୍ଟ୍ରେଲିଆରେ ୧୯୮୬ରେ ଜନ୍ମ ହୋଇ ୧୪ ଏପ୍ରିଲ ୨୦୧୬ରେ ମୃତ୍ୟୁବରଣ କରିଥିଲା ।
– କୁକୁରଙ୍କର ରକ୍ତ ବର୍ଗ ୧୩ ପ୍ରକାରର ହୋଇଥିବା ବେଳେ ମନୁଷ୍ୟର ରକ୍ତ ବର୍ଗ (ଓ, ଏ, ବି, ଏବି) ହୋଇଥାଏ ।

– ମହାକାଶକୁ ଯାଇଥିବା ପ୍ରଥମ ପଶୁ ହେଉଛି କୁକୁର । ଯାହାର ନାମ ଥିଲା ‘ଲାଇକା’ । ‘ଲାଇକା’କୁ ୩ ନଭେମ୍ବର ୧୯୫୭ରେ ସୋଭିଏତ ସଂଘ (ରୁଷ) ଦ୍ୱାରା ମହାକାଶକୁ ପଠାଯାଇଥିଲା । ମହାକାଶ ଯାନରେ ଅତ୍ୟଧିକ ଗରମ ଯୋଗୁଁ ତାହାର ମୃତ୍ୟୁ ହୋଇଥିଲା ।
– କୁକୁରଙ୍କର ନାକ ଓ ପଞ୍ଝା ବ୍ୟତୀତ ଅନ୍ୟ କୌଣସି ଅଙ୍ଗରୁ ଝାଳ ବାହାରେ ନାହିଁ ।
– ୧୦ ବର୍ଷରୁ ଅଧିକ ବର୍ଷ ବଞ୍ଚୁଥିବା କୁକୁରମାନଙ୍କ ମଧ୍ୟରୁ ୫୦ ପ୍ରତିଶତ କୁକୁର କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି ।
– କୁକୁରମାନଙ୍କର ଘ୍ରାଣଶକ୍ତି ମନୁଷ୍ୟ ତୁଳନାରେ ୧୦ହଜାର ଗୁଣ ଅଧିକ ।
– ହିଟଲରଙ୍କର ନାଜି ସେନା କୁକୁରଙ୍କୁ କହିବା ଓ ପଢ଼ିବା କୌଶଳ ଶିଖାଇ ଅସଫଳ ରହିଥିଲେ ।
– ଚାଇନାରେ ମାଂସ ଓ ଛାଲ ଲାଗି ପ୍ରତିଦିନ ୩୦ହଜାର କୁକୁରଙ୍କୁ ମାରିଦିଆଯାଏ ।
– ଯଦି କୁକୁର ନିଜ ଲାଙ୍ଗୁଡ଼ ଡାହାଣ ଆଡ଼କୁ ହଲାଉଥିବ ତେବେ କୁକୁର ଖୁସି ଅଛି ବୋଲି ଜାଣନ୍ତୁ । ଆଉ ଯଦି ଲାଙ୍ଗୁଡ଼କୁ ବାମ ଆଡ଼କୁ ହଲାଉଥିବ ତେବେ ବୁଝିଯିବା ଉଚିତ ଯେ କୁକୁର ରାଗିଯାଇଛି ।
– କୁକୁର ବି ମଣିଷଙ୍କ ଭଳି ସ୍ୱପ୍ନ ଦେଖିପାରନ୍ତି ।
– କୁକୁର ଚକୋଲେଟ୍ ଖାଇଲେ ତାଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ।
– ଆମେରିକୀୟମାନେ କୁକୁର ପାଳିବା ପାଇଁ ବେଶି ପସନ୍ଦ କରନ୍ତି । ସେଠାରେ ପାଖାପାଖି ୭ କୋଟି ଲୋକଙ୍କ ଘରେ ଗୃହପାଳିତ କୁକୁର ରହିଛି ।
– ଯଦି ପୃଥିବୀର ଚୁମ୍ବକୀୟ କ୍ଷେତ୍ର (ମ୍ୟାଗ୍ନେଟିକ୍ ଫିଲ୍ଡ) ସ୍ଥିର ଥିବ ତେବେ କୁକୁରମାନେ ଉତ୍ତର-ଦକ୍ଷିଣ ମୁଖାରେ ଛିଡ଼ାହୋଇ ପରିସ୍ରା କରନ୍ତି ।
No Comment