ଲକ୍ଷ୍ୟ ସାଧନର ଚାବିକାଠି

secrets to accomplish your goal

ଭଗବାନ ସମସ୍ତଙ୍କୁ କିଛି ନା କିଛି କଳା କୌଶଳ ଦେଇଛନ୍ତି । କେବଳ ତାକୁ ଚିହ୍ନି କାର୍ଯ୍ୟରେ ମନୋନିବେଶ କଲେ ଜଣେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ । ଏଥିରେ ଦ୍ୱିରୁକ୍ତି ନାହିଁ । ଅନ୍ୟକୁ ଅନ୍ଧ ଭାବେ ଅନୁଧାବନ କଲେ ପତନାଭିମୁଖୀ ହେବା ସୁନିଶ୍ଚିତ । ତେଣୁ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ଏହାର ବିକାଶ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ । ଦେଖିବେ ସଫଳତା ଆପଣଙ୍କ ପାଦ ଚୁମିବ ।

– ଧରାଯାଉ ଆପଣ ଖେଳିବାକୁ ଭଲ ପାଆନ୍ତି । ତେବେ ଖେଳରେ ହିଁ କ୍ୟାରିୟର କରନ୍ତୁ ।

– ଥରେ କ୍ୟାରିୟର ନେଇ ନିଷ୍ପତ୍ତି ନେବା ପରେ ଆଉ ପଛକୁ ଫେରି ଚାହାଁନ୍ତୁ ନାହିଁ । ସାଧନାପଥରେ ଅନେକ ବାଧା ବିପତ୍ତି ଆସିବ । କିନ୍ତୁ ସେସବୁକୁ ଦୃଢତାର ସହିତ ସାମ୍ନା କରନ୍ତୁ ଏବଂ ତାର ପ୍ରତିକାର କରି ଆଗକୁ ବଢନ୍ତୁ ।

– ହୁଏତ ଅଳ୍ପ ପରିଶ୍ରମୀ କିମ୍ବା ଆପଣଙ୍କଠାରୁ କମ୍ ଧୀଶକ୍ତି ଥିବା ପିଲା ପ୍ରଥମେ କର୍ମନିଯୁକ୍ତି ପାଇଯାଇପାରେ । ତେବେ ସେଥିରେ ହତାଶ ନହୋଇ ନିଜ କର୍ମ କରିଚାଲନ୍ତୁ ।

– କେବେହେଲେ କାହାରି ସହିତ ନିଜକୁ ତୁଳନା କରନ୍ତୁ ନାହିଁ ।

– ସରଳ ଜୀବନଯାପନ ଓ ଉଚ୍ଚ ଚିନ୍ତାଧାରାରେ ବିଶ୍ୱାସ ରଖନ୍ତୁ ।

– କାନକୁହା କଥାକୁ ନେଇ ବିଚଳିତ ହୁଅନ୍ତୁ ନାହିଁ ।

– ବିଫଳତା ହିଁ ସଫଳତାର ପ୍ରଥମ ସୋପାନ । ତେଣୁ ଏହାକୁ ମନରେ ରଖି ବାଟ ଚାଲନ୍ତୁ ।

– ବିଫଳତାର କାରଣ ଖୋଜନ୍ତୁ । ଯେଉଁ କାରଣ ଯୋଗୁଁ ଆପଣ ବିଫଳ ହୋଇଛନ୍ତି ସେ ଦିଗରେ ନିଜକୁ ଶକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ।

– ଲକ୍ଷ୍ୟ ସାଧନ ପାଇଁ ପ୍ରସ୍ତୁତ କରିଥିବା ଯୋଜନାନୁଯାୟୀ କାର୍ଯ୍ୟ କରନ୍ତୁ । ଯେତେ ଅସୁବିଧା ହେଲେ ମଧ୍ୟ ନିଜ କାର୍ଯ୍ୟରେ ହେଳା କରନ୍ତୁ ନାହିଁ ।

– ଆଳସ୍ୟ ପରିହାର କରନ୍ତୁ ।

– ସୋସିଆଲ ମିଡିଆରୁ ନିଜକୁ ଦୂରରେ ରଖନ୍ତୁ ।

– ଲକ୍ଷ୍ୟ ପୂରଣ ନହେଲା ପର୍ଯ୍ୟନ୍ତ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅନ୍ତୁ ନାହିଁ । ।

– ଷଡ ରିପୁ(କାମ,କ୍ରୋଧ,ଲୋଭ,ମୋହ,ମାୟା,ମଦ, ମାଶ୍ଚର୍ଯ୍ୟ )ରୁ ଦୂରେଇ ରହନ୍ତୁ ।

– ସୁଷମ ଆହାର, ବ୍ୟାୟାମ, ସୁନିଦ୍ରା, ପରିଷ୍କାର ପରିଚ୍ଛନ୍ନ, ଭଗବତ୍ ବିଶ୍ୱାସ, ମନଯୋଗ ସହକାରେ ପୁସ୍ତକ ପଠନ, ନୀରବତା, ମାସରେ ଥରେ ଉପବାସ ଏବଂ ଗୁରୁଜନଙ୍କୁ ଭକ୍ତି ଅଧ୍ୟବ୍ୟସାୟୀ ଯୁବକର ଗୋଟିଏ ଗୋଟିଏ ଲକ୍ଷ୍ୟଭେଦୀ ବ୍ରହ୍ମାସ୍ତ୍ର ।

Previous ଜାଣନ୍ତୁ Ola Cabsର ଅତୀତ ଓ ବର୍ତ୍ତମାନ
Next ଅଭିନବ ପ୍ରତିବାଦ: ନିଜ 8ବର୍ଷର ଝିଅ ସହ ଟିଭିରେ ଖବର ପଢ଼ିଲେ ସାମ୍ବାଦିକା (ଦେଖନ୍ତୁ ଭିଡିଓ)

No Comment

Leave a reply

Your email address will not be published. Required fields are marked *