ମଶାଙ୍କ ବିଷୟରେ କିଛି ଜଣା ଅଜଣା କଥା 

Interesting Facts about Mosquitoes

ମଶା ଦେଖିବାକୁ ଅତି ଛୋଟ ଜୀବଟିଏ । ସେମାନଙ୍କ ଯୋଗୁଁ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ଅକାଳରେ ଚାଲିଯାଏ । ଡାକ୍ତରମାନେ ମଧ୍ୟ ମଶାମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଆମକୁ ପରାମର୍ଶ ଦେଇଥାନ୍ତି । ଏଇ ମଶାମାନଙ୍କ ବିଷୟରେ କିଛି ଜଣା ଅଜଣା କଥା ଆପଣମାନଙ୍କୁ ଆମେ କହି ରଖୁଛୁ ।

୧- ମଶା ଏକ ଏଭଳି ଜୀବ ଯିଏକି ପୃଥିବୀର ସବୁ ସ୍ଥାନରେ ଦେଖାଯାଏ ।

୨- ଆପଣ ଏହା ଜାଣି ଚକିତ ହେବେ ଯେ, ମାଈ ମଶା ଆମ ଶରୀରରୁ ରକ୍ତ ଶୋଷେ ଓ ଅଣ୍ଡିରା ମଶା ଗଛ ଲତାରୁ ରସ ଶୋଷି ବଞ୍ଚେ ।

୩- ଅଣ୍ଡା ଦେବା ପାଇଁ ମାଈ ମଶାକୁ ପ୍ରୋଟିନ୍ ଆବଶ୍ୟକ ପଡ଼ୁଥିବା ଯୋଗୁଁ ସେ ଆମ ରକ୍ତ ଶୋଷିଥାଏ ।

୪- ଗୋଟିଏ ମାଈ ମଶା ଥରେ ପେଟ ଭରି ରକ୍ତ ଶୋଷିନେବା ପରେ ୨ ଦିନ ଯାଏଁ ବିଶ୍ରାମ କରିଥାଏ ।

୫- ପୃଥିବୀରେ ୩,୫୦୦ ପ୍ରଜାତିର ମଶା ଅଛନ୍ତି ।

୬- ଗୋଟିଏ ମଶା ନିଜ ଓଜନର ୩ ଗୁଣା ଅଧିକ ରକ୍ତ ପିଇପାରିବ । 

୭- ମଶା ପୃଥିବୀରେ ପ୍ରାୟ ୮କୋଟି ବର୍ଷ ପୂର୍ବରୁ ଥିବାର ପ୍ରମାଣ ରହିଛି ।

୮- ଗୋଟିଏ ମାଈ ମଶା ଏକାବେଳେ ୩୦୦ରୁ ଅଧିକ ଅଣ୍ଡା ଦେଇଥାଏ ।

୯- ମଶା ପାଣିରେ ଜନ୍ମ ହୁଅନ୍ତି ଓ ଅଣ୍ଡାରୁ ବାହାରିବାର ୧୦ ଦିନ ଯାଏଁ ପାଣିରେ ରୁହନ୍ତି ।

୧୦- ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଚ୍ ଆଇ ଭି ରୋଗୀଙ୍କୁ କାମୁଡ଼ିଥିବା ମଶା ଅନ୍ୟ କାହାକୁ କାମୁଡ଼ିଲେ ଏଚ୍ ଆଇ ଭି ରୋଗ ବ୍ୟାପେ ନାହିଁ ।

୧୧- ମଶାଙ୍କୁ ଦେଖାଯାଏ ନାହିଁ । ସେମାନେ ଶରୀରର ଝାଳ ଗନ୍ଧକୁ ବାରି ଆମଠୁଁ ରକ୍ତ ଶୋଷନ୍ତି ।

୧୨- ମଶା ବହୁତ ଦୂର ଓ ଖୁବ୍ ଶୀଘ୍ର ଉଡ଼ି ଯାଇପାରେ ନାହିଁ ।

୧୩- ମାଈ ମଶା ୬ରୁ ୮ ସପ୍ତାହ ଏବଂ ଅଣ୍ଡିରା ମଶା ୧୦ ଦିନ ଯାଏଁ ବଞ୍ଚିଥାଏ ।

୧୪- ମଶା ଦ୍ୱାରା ଡେଙ୍ଗୁ, ଚିକନଗୁନିଆ, ମ୍ୟାଲେରିଆ, ଜିକା ଭାଇରସ୍ ଭଳି ବିଭିନ୍ନ ରୋଗ ବ୍ୟାପିଥାଏ ।

୧୫- ବୈଜ୍ଞାନକଙ୍କ ମତରେ ଅନ୍ୟ ବ୍ଲଡ୍ ଗ୍ରୁପ୍ ତୁଳନାରେ ‘ଓ’ ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ।

୧୬- ଆମ ପାଖରେ ମଶା ଉଡ଼ିଲେ ଗୁଣୁ ଗୁଣୁ ଶବ୍ଦ ଶୁଣାଯାଏ । ମଶା ଉଡ଼ିବା ସମୟରେ ତାହାର ଡେଣାଗୁଡ଼ିକ ପରସ୍ପର ମଧ୍ୟରେ ବାଜି ଏହି ଶବ୍ଦ ସୃଷ୍ଟି ହୁଏ ।

ଦିପ୍ତିରଞ୍ଜନ ବେହେରା

Previous ଗଣିତ ଜ୍ୟାମିତିର ସଦୃଶ୍ୟତା ସଂକ୍ଷିପ୍ତ ପ୍ରଶ୍ନଉତ୍ତର
Next ନୂତନ ସ୍ୱାସ୍ଥ୍ୟ ଯୋଜନାର ଲୋକାର୍ପଣ କଲେ ମୁୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *