Whats up ନୁହେଁ Whatsapp କରନ୍ତୁ

Interesting fact about Whatsapp

ଦୁଇଜଣ ସାଙ୍ଗ ନିଜର ପ୍ରୟାସକୁ ସଫଳ କରିବା ପାଇଁ ଚାକିରୀ ଛାଡ଼ିଲେ । ହେଲେ ସଫଳତା ପାଇବା ସେମାନଙ୍କ ପାଇଁ ଏତେ ସହଜ ନଥିଲା । କିଛି ଅଲଗା କରି ଦେଖାଇବାର ଜିଦ୍ ରେ ଅଟଳ ରହି ଆଶା ହରାଇଲେନି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମନୋବଳ ଦୃଢ଼କରି ନିରନ୍ତର ପ୍ରୟାସ ଯୋଗୁଁ ତାଙ୍କ କାମକୁ ଲୋକେ ପସନ୍ଦ କରିବାରେ ଲାଗିଲେ । ଧିରେଧିରେ ସାରା ପୃଥିବୀରେ ନିଜର ଆଧିପତ୍ୟ ସ୍ଥାପନ କରିଥିବା ଫେସବୁକ୍ ଭଳି ବଡ଼ କମ୍ପାନୀ  ଦୁଇ ସାଙ୍ଗଙ୍କର କାମକୁ ନିଜ ସହ ସାମିଲ କରିବା ପାଇଁ ଇଚ୍ଛା ପ୍ରକାଶ କଲା । ଆଜ୍ଞା ହଁ, ଆମେ କଥା କହୁଛୁ ହ୍ୱାଟ୍ସଆପ୍ ଆପ୍ଲିକେସନ ଓ ତା’ର ପ୍ରତିଷ୍ଠାତା Jan Koum ଏବଂ Brian Actonଙ୍କ ବିଷୟରେ । ଚାଲନ୍ତୁ ଜାଣିବା ଏମିତି କିଛି ତଥ୍ୟ ଯାହା ଆପଣ Whatsappରେ କେବେବି ଦେଖିନଥିବେ କି ପଢ଼ିନଥିବେ ।

ହ୍ୱାଟ୍ସଆପ୍ ର ପ୍ରତିଷ୍ଠାତା Brian Acton ଏବଂ Jan Koum 

– ଆମ ଦେଶରେ Whatsapp ଆପ୍ଲିକେସନ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ ।

– ଆଜି ପର୍ଯ୍ୟନ୍ତ Whatsapp ବିଜ୍ଞାପନ ପାଇଁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିନାହିଁ । ତଥାବି ଏହାର ଚାହିଦା ଅନ୍ୟ ମୋବାଇଲ ଆପ୍ଲିକେସନ୍ ତୁଳନାରେ ବେଶ୍ ଅଧିକ ।

– ସବୁଠାରୁୁ ଅଧିକ ଡାଉନଲୋଡ୍ ହେଉଥିବା ମୋବାଇଲ ଆପ୍ଲିକେସନ୍ ମଧ୍ୟରୁ Whatsapp ୫ମ ସ୍ଥାନରେ ରହିଛି ।

– Whatsapp “no ads” policy ରେ କାମକରେ । ଆପଣ Whatsappରେ କେବେବି କୌଣସି ବିଜ୍ଞାପନ ଦେଖିବାକୁ ପାଇବେ ନାହିଁ ।

– Whatsapp ଟିମ୍ ରେ ୫୫ ଜଣ ଇଂଜିନିୟର କାମ କରନ୍ତି । ଜଣେ ଇଂଜିନିୟର ୧୮ ମିଲିୟନ ବା ୧ କୋଟି ୮୦ ଲକ୍ଷ ଉପଭୋକ୍ତାଙ୍କୁ Handle କରନ୍ତି ।

– Whatsappରେ ପ୍ରତିଦିନ ୪୩୦୦ କୋଟିରୁ ଅଧିକ Message ପଠାଯାଇଥାଏ ।

– Whatsappରେ ନିୟମିତ ପାଖାପାଖି ୧୬୦ କୋଟି ଫଟୋ ଓ ୨୫ କୋଟିରୁ ଅଧିକ ଭିଡିଓ ସେୟାର କରାଯାଏ ।

– Whatsappରେ ୫୩ଟି ଭାଷା ବ୍ୟବହାର କରାଯାଇପାରିବ ।

– ଏଥିରେ ୧୦୦ କୋଟିରୁ ବି ଅଧିକ ଗ୍ରୁପ ତିଆରି ହୋଇଛି । ସେଥିରେ ୨-୩ଟି ଗ୍ରୁପରେ ଆପଣ ନିଶ୍ଚୟ ଥିବେ ।

– Whatsappର ପ୍ରତିଷ୍ଠାତା Jan Koum ଏବଂ Brian Acton ଦୁଇଜଣ ୨୦୦୯ ମସିହାରେ ଫେସବୁକରେ ଚାକିରୀ ପାଇଁ ଆବେଦନ କରି ନିରାଶ ହୋଇଥିଲେ ।

– Whatsappର ପ୍ରତିଷ୍ଠାତା Jan Koumଙ୍କ ଜନ୍ମ ୟୁକ୍ରେନର ଗୋଟିଏ ଛୋଟିଆ ଗାଁର ଅତି ଗରିବ ପରିବାରରେ ହୋଇଥିଲା । 

– ଅତୀତରେ ରୋଜଗାର ପାଇଁ ଦୋକାନରେ ଝାଡ଼ୁପୋଛା କାମ କରୁଥିବା Jan Koum ଏବେ ଅରବପତି  ।

– ୨୦୦୯ ବେଳକୁ Jan Koum ନିଜର କିଛି ଘନିଷ୍ଠ ବନ୍ଧୁଙ୍କ ମୋବାଇଲରେ Whatsapp ଆପ୍ଳିକେସନକୁ ଟ୍ରାଏଲରେ ଆରମ୍ଭ କରିଥିଲେ । ଯାହା ଏବେ ପ୍ରାୟତଃ ସମସ୍ତଙ୍କ ମୋବାଇଲରେ ରହିଛି ।

– ୨୦୧୪ Feb ୧୪ ତାରିଖ Valentine’s Day ରେ Whatsappକୁ Facebook ୧୯ ବିଲିଅନ୍ ୟୁଏସ୍ ଡଲାର ଦେଇ କିଣିଥିଲା ।

ଦିପ୍ତିରଞ୍ଜନ ବେହେରା

Previous ରେକର୍ଡ ବ୍ରେକର ମନରୋ
Next ପ୍ରଥମ ରଙ୍ଗୀନ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ୍ ରାୟଙ୍କ ପରଲୋକ

No Comment

Leave a reply

Your email address will not be published. Required fields are marked *