କ୍ୟାମେରା ଓ ଫଟୋଗ୍ରାଫିର ଇତିହାସ ଏବଂ କିଛି ଜଣା ଅଜଣା କଥା

Amazing facts about camera and photography

ଆଜିକାଲି ସମସ୍ତଙ୍କ ପାଖରେ କ୍ୟାମେରା ରହିଛି । ଫଟୋ ଉଠାଇ ବିିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ୍ କରିବା ହେଉ ଅବା ନିଜ ପ୍ରିୟଜନଙ୍କ ପାଖକୁ ମେଲ୍ କିମ୍ବା ହ୍ୱାଟ୍ସଆପ୍ କରିବା, ସବୁକିଛି ସହଜ ହୋଇଯାଇଛି । ହେଲେ ପୂର୍ବରୁ ପଟୋଉାଠାଇବା ଏତେ ସହଜ ନଥିଲା । ଦୁନିଆର ସର୍ବ ପ୍ରଥମ ଫଟୋଚିତ୍ର ରହିଛି, ଯାହାକୁ ବୋଧହୁଏ କମ୍ ଲୋକ ଦେଖିଥିବେ । କ୍ୟାମେରା ଓ ଫଟୋଗ୍ରାଫିର ଇତିହାସ ଏବଂ ଏମିତି କିଛି ଜଣା ଅଜଣା କଥା ଆମେ ଆପଣମାନଙ୍କୁ ଏଠି କହିରଖୁଛୁ । ଆଶାକରୁ ଯାହାକୁ ଅନ୍ୟମାନଙ୍କ ସହ ନିଶ୍ଚୟ ଆପଣ ସେୟାର କରିବେ ।

– ଆଜିକାଲି ପ୍ରତି ୨ ମିନିଟରେ ଏତେ ଫଟୋ ଉଠାଯାଉଛି ଯାହା ୧୮୦୦ ରୁ ୧୯୦୦ ମସିହାର ଏହି ୧୦୦ ବର୍ଷ ମଧ୍ୟରେ ସେତିକି ଫଟୋ ଉଠାଯାଇନଥିବ ।

– ପୁରୁଣା ଫଟୋରେ କେହିବି ହସୁଥିବାର ଆପଣଙ୍କୁ ଦେଖିବାକୁ ମିଳିବେନି । କାରଣ ସେ ସମୟରେ ଗୋଟିଏ ଫଟୋ ଉଠାଇବା ପାଇଁ କ୍ୟାମେରା ଆଗରେ ୮ ଘଣ୍ଟା କ୍ରମାଗତ ଭାବେ ବସିବାକୁ ପଡ଼ୁଥିଲା ।

– ଦୁନିଆର ପ୍ରଥମ ଡିଜିଟାଲ କ୍ୟାମେରା ୧୯୭୫ ମସିହାରେ ‘କୋଡାକ୍’ କମ୍ପାନୀ ତିଆରି କରିଥିଲା । ଯାହାର ଓଜନ ୩.୬ କିଲୋଗ୍ରାମ ଥିଲା । ଏଥିରେ ଲାଗିଥିବା ୦.୦୧ ମେଗାପିକ୍ସେଲ ଲେନ୍ସରେ କଳାଧଳା ଫଟୋ ଉଠାଯାଇପାରୁଥିଲା । ଏଥିରେ ଗୋଟିଏ ଫଟୋ ଉଠାଇବା ପାଇଁ ୨୩ ସେକେଣ୍ଡ ସମୟ ଲାଗୁଥିଲା ।

– ପ୍ରଥମ DSLR କ୍ୟାମେରା ୧୯୭୫ରେ ‘କୋଡାକ୍’ ଓ ‘କ୍ୟାନନ୍’ ଦୁଇ କମ୍ପାନୀ ମିଶି ତିଆରି କରିଥିଲେ । ଏଥିରେ କୋଡାକର ୧.୩ ମେଗାପିକ୍ସେଲ ଲେନ୍ସ ଲାଗିଥିବା ବେଳେ କ୍ୟାନନର କ୍ୟାମେରା ଏଫ୍-୧ ର ବଡି ଲାଗିଥିଲା ।

– ମୁମ୍ବାଇର ‘ଦିଲିଶ ପାରେଖ’ଙ୍କ ପାଖରେ କ୍ୟାମେରାର ସବୁଠାରୁ ପୁରୁଣା ସଂଗ୍ରାହଳୟ ରହିଛି । ୧୯୭୭ ମସିହାରୁ ସେ କ୍ୟାମେରା ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପାଖରେ ୪୪୨୫ଟି କ୍ୟାମେରା ଅଛି । ୧୯୦୭ ମସିହାର ସବୁଠାରୁ ପୁରୁଣା କ୍ୟାମେରା ମଧ୍ୟ ତାଙ୍କ ପାଖରେ ଦେଖିବାକୁ ମିଳେ ।

– ୧୯୨୩ ମସିହାରେ ତିଆରି ହୋଇଥିବା ‘Leica O-series’ ର କ୍ୟାମେରା ଦୁନିଆର ସବୁଠାରୁ ମହଙ୍ଗା କ୍ୟାମେରା । ୨୦୧୨ ମସିହାରେ ଏହି କ୍ୟାମେରା ଅଷ୍ଟ୍ରିଆରେ ୨୮ ଲକ୍ଷ ଡଲାରରେ ବିକ୍ରି କରାଯାଇଥିଲା । 

– ଆବଶ୍ୟକ ନଥିଲେ ଲାପଟପ୍ କ୍ୟାମେରାକୁ ଟେପ୍ ମାଧ୍ୟମରେ ଘୋଡ଼ାଇ ରଖିବା ଜରୁରୀ । କାରଣ ଏହାକୁ ହ୍ୟାକ୍ କରି ବିନା ଅନୁମତିରେ ହ୍ୟାକରମାନେ ଆମର ପ୍ରତିଟି ଗିତିବିଧି ଉପରେ ନଜର ରଖିପାରିବେ । ତେଣୁ ଫେସବୁକ୍ ମାଲିକ ‘ମାର୍କ ଜୁକରବର୍ଗ’ ଏହା କରନ୍ତି ।

– ଜାଣିଛନ୍ତି ୯୫% କ୍ୟାମେରାର ରଙ୍ଗ କଳା କାହିଁକି ଥାଏ? କାରଣ Professional Photographer ମାନେ ଭଲ ଫଟୋ ଉଠାଇବା ପାଇଁ ନିଜ ଷ୍ଟୁଡିଓରେ ବିଭିନ୍ନ ପ୍ରକାରର ଲାଇଟ ବ୍ୟବହାର କରନ୍ତି । ଫଟୋ ଉଠାଇବା ବେଳେ କୌଣସି ପ୍ରକାରର reflection ନହେଉ ସେଥିପାଇଁ କ୍ୟାମେରା ରଙ୍ଗ କଳା ରଖାଯାଏ ।

– ନ୍ୟାୟାଳୟ ବା କୋର୍ଟରେ କ୍ୟାମେରା ନବା ବା ଫଟୋ ଉଠାଇବାକୁ ଅନୁମତି ନାହିଁ ।

– ଫଟୋର କିଛି ଝଲକ

ଦୁନିଆର ସବୁଠାରୁ ପୁରୁଣା ଫଟୋ ୧ ୮୨୬ ମସିହାରେ ଫ୍ରାନ୍ସର ଜଣେ ଫଟୋଗ୍ରାଫର  ‘Joseph Niepce’ ଉଠାଇଥିଲେ

 

ମଣିଷର ଚିତ୍ର ଥିବା ଦୁନିଆର ସବୁଠାରୁ ପୁରୁଣା ଫଟୋ । ୧୮୩୮ ମସିହାରେ ଏହି ଫଟୋ ପ୍ୟାରିସରେ ଉଠାଯାଇଥିଲା । ଏଥିରେ ଜଣେ ଲୋକ ନିଜର ଜୋତା ପଲିସ କରୁଥିବାର ଦେଖିବାକୁ ମିଳେ ।

 

୧୯୯୪ ମସିହାରେ ସୁଦାନରେ ହୋଇଥିବା ଦୁର୍ଭିକ୍ଷ – ଦୁନିଆର ସବୁଠାରୁ ଦୁଃଖଦ ସମୟର ଫଟୋ ମଧ୍ୟରୁ ଏହା ଅନ୍ୟତମ । ଦକ୍ଷିଣ ଆଫ୍ରିକାର ଫଟୋଗ୍ରାଫର ‘Kavin Carter’ ଏହି ଫଟୋ ଉଠାଇଥିଲେ । ଦୁର୍ଭିକ୍ଷ ବେଳେ ପିଲାଟି ଭୋକରେ ଛଟପଟ ହେଉଥିବା ବେଳେ ଶାଗୁଣା ତାକୁ ଆହାର କରିବା ଲାଗି ଅପେକ୍ଷାରେ ବସିରହିଛି ।

 

ପ୍ରାୟତଃ ସବୁ ସ୍ଥାନରେ ଏହି ଫଟୋ ଦେଖିବାକୁ ମିଳେ । ଏହା WindowXP ର default wallpaper ଅଟେ । ଏହାର ନାମ ‘Bliss’ ଅଟେ । ‘କାର୍ଲିଫୋର୍ନିଆ’ରେ ଏହି ଫଟୋ ଉଠାଯାଇଛି ।

ଦିପ୍ତିରଞ୍ଜନ ବେହେରା

Previous ନୂଆ ରଣଜୀ ଚାମ୍ପିୟନ ବିଦର୍ଭ
Next ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ‘ଦାଉଦ୍ ଇବ୍ରାହିମ୍’ 

No Comment

Leave a reply

Your email address will not be published. Required fields are marked *