ଯଦି ଦୁନିଆରେ ସବୁଠାରୁ ନିର୍ଦ୍ଦୟ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରାଯାଏ ତେବେ ସବୁଠାରୁ ପ୍ରଥମ ନାମ ଆସେ ‘ଆଡଲ୍ଫ ହିଟଲର୍’ଙ୍କର । ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ ହେଉଛନ୍ତି ଏହି ବିନାଶକାରୀ ପୁରୁଷ । ନର ସଂହାର, ପରିବାର ଛାରକାର କରିବା ଭଳି ଜଘନ୍ୟ କାଣ୍ଡ ଘଟାଇ ସେ ଏକଚ୍ଛତ୍ରବାଦୀ ଶାସନ ଚଳାଇ ଆସୁଥିଲେ । ତାଙ୍କରି ବିଷୟରେ କିଛି ଜଣ ଅଜଣା ତଥ୍ୟ ଚାଲନ୍ତୁ ଜାଣିବା ।
– ଆଡଲ୍ଫ ହିଟଲର ଶାକାହାରୀ ଥିଲେ । ତାଙ୍କର ଜନ୍ମ ୧୮୮୯ ଏପ୍ରିଲ ୨୦ରେ ଅଷ୍ଟ୍ରିଆରେ ହୋଇଥିଲା ।
– ୧୯୩୮ ମସିହାରେ ‘ଟାଇମ୍ ମାଗାଜିନ୍’ ପକ୍ଷରୁ ହିଟଲରଙ୍କୁ ‘ମ୍ୟାନ ଅଫ୍ ଦି ଇଅର୍’ ଭାବେ ଚୟନ କରାଯାଥିଲା ।
– ହିଟଲରଙ୍କ ବାପାଙ୍କ ନାମ ‘ଆଲୋଇସ୍ ହିଟଲର୍’ । ସେ ୩ ଥର ବିବାହ କରିଥିଲେ ।
– ‘ଆଲୋଇସ୍ ହିଟଲର୍’ ପ୍ରଥମେ ନିଜଠାରୁ ଅଧିକ ବୟସ୍କ ମହିଳାଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କଠାରୁ ଅତି କମ୍ ବୟସର ଝିଅକୁ ବିବାହ କରିଥିଲେ । ଶେଷରେ ଆଡଲ୍ଫଙ୍କ ମା’ଙ୍କୁ ବିବାହ କରିଥିଲେ ।
– ହିଟଲର ପ୍ରଥମେ ଜଣେ ସାଧାରଣ ସୈନିକ ଥିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ପକ୍ଷରୁ ସବୁ ଯୁଦ୍ଧ ଲଢ଼ି ଜୀବନ୍ତ ଫେରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
– ହିଟଲରଙ୍କର ଜାତି ନୀତି ଯୋଗୁଁ ୧ କୋଟିରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ପାଖାପାଖି ୬ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା ।
– ହିଟଲରଙ୍କର ୬ ଭାଇ ଭଉଣୀ ଥିଲେ । ଜଣେ ଉଭଣୀକୁ ଛାଡ଼ି ଅନ୍ୟ ସମସ୍ତେ କିଛିନା କିଛି କାରଣ ଯୋଗୁଁ ଅଳ୍ପ ବୟସରେ ମରିଯାଇଥିଲେ ।
– ୧୯୦୫ରେ ପାଠପଢ଼ା ଛାଡ଼ି ରାଜନୀତି ମୁହାଁ ହେଲେ ହିଟଲର ।

– ୧୯୨୩ରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ଯୋଗୁଁ ହିଟଲରଙ୍କୁ ଜେଲ ଯିବାକୁ ପଡ଼ିଥିଲା ।
– ଜେଲରେ ଥିବାବେଳେ ସେ Main Kampf (My Struggle) ବା ‘ମୋ ସଂଘର୍ଷ’ ବହି ଲେଖିଥିଲେ ।
– ୧୯୪୫ରେ ହିଟଲରଙ୍କ ବିବାହ ଇଭା ବ୍ରାଉନଙ୍କ ସହ ହୋଇଥିଲା ।
– ହିଟଲରଙ୍କର ପ୍ରଥମ ପ୍ରେମୀକା ଜଣେ ଇହୁଦୀ ମହିଳା ଥିଲେ ।
– ଇହୁଦୀଙ୍କ ଉପରେ ହିଟଲର ବହୁତ ଅତ୍ୟାଚାର କରିଥିଲେ ।
– ଧୂମପାନ ଓ ଜୀବ ହତ୍ୟା ରୋକିବା ପାଇଁ ହିଟଲର କଡ଼ା ନିୟମ କରିଥିଲେ ।
ଦିପ୍ତିରଞ୍ଜନ ବେହେରା
No Comment