ସ୍କ୍ୱାସ୍ ସାଧାରଣତଃ ଲେମ୍ବୁ, କମଳା, ଲିଚୁ, ସପୁରୀ ଓ ଆମ୍ବ ଭଳି ଖଟାଯୁକ୍ତ ଫଳରୁ ତିଆରି ହୋଇଥାଏ । ଏଥିପାଇଁ ଫଳ ସହିତ ଚିନି, ପଟାସିୟମ୍ ମେଟା ବାଇସଲଫାଇଟ୍, ସାଇଟ୍ରିକ୍ ଏସିଡ୍ ଓ ଆବଶ୍ୟକ ସ୍ଥଳେ କିଛି ଖାଦ୍ୟପଯୋଗୀ ରଙ୍ଗ ଆବଶ୍ୟକ ହୋଇଥାଏ । ଯେଉଁ ଋତୁରେ ଯେଉଁ ସବୁ ଫଳ ଅଧିକ ପରିମାଣରେ ଓ କମ୍ ଦରରେ ବଜାରରେ ମିଳେ, ସେହି ସମୟରେ ସେଥିରୁ ସ୍କ୍ୱାସ୍ ତିଆରି କଲେ ଲାଭଦାୟକ ହୁଏ ।
ସ୍କ୍ୱାସ୍ ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଫଳକୁ ପରିଷ୍କାର ପାଣିରେ ଭଲଭାବେ ଧୋଇ ଷ୍ଟିଲ୍ ଛୁରୀରେ କଟାଯାଏ ଏବଂ ସେଥିରୁ ରସ ବାହାର କରାଯାଏ । ପ୍ରତ୍ୟେକ ଫଳ ପାଇଁ ରସ ବାହାର କରିବା ପ୍ରକ୍ରିୟା ଭିନ୍ନ ଭିନ୍ନ ।
ବିଭିନ୍ନ ଫଳରୁ ରସ ବାହାର କରିବା ପ୍ରଣାଳୀ
- ଲେମ୍ବୁକୁ ଦୁଇ ଫାଳ କରି ଲେମ୍ବୁ ରସନିଗଡ଼ା ଯନ୍ତ୍ର ସାହାଯ୍ୟରେ ମଞ୍ଜିକୁ ଅଲଗା କରି ରସ ବାହାର କରାଯାଏ ।
- କମଳାର ଚୋପା ଛଡ଼ାଇ ପାଖୁଡ଼ା ଗୁଡ଼ିକୁ ଅଲଗା କରି ଯନ୍ତ୍ର ସାହାଯ୍ୟରେ ଫଳ ରସ ବାହାର କରାଯାଏ।
- ସପୁରୀର ଆଖି ଓ ଚୋପା ଚାଞ୍ଛି ଦୁଇଫାଳ କରାଯାଏ । ମଝି ଟାଣ ଅଂଶକୁ କାଢ଼ି ସପୁରୀକୁ ଛୋଟଛୋଟ ଖଣ୍ଡକରି ରସ ବାହାର କରାଯାଏ ।
- ଆମ୍ବକୁ ଦୁଇହାତ ମଧ୍ୟରେ ଘସି ଆମ୍ବ ରସ ଚିପୁଡ଼ି ବାହାର କରାଯାଏ ।
- ଲିଚୁ ଚୋପା ଛଡ଼ାଇ ଛୋଟଛୋଟ ଖଣ୍ଡ କରି ଯନ୍ତ୍ର ସାହାଯ୍ୟରେ ରସ ବାହାର କରାଯାଏ ।
- ଫଳରୁ ରସ ବାହାର କରି ସାରିବା ପରେ ରସକୁ ପତଳା କନାରେ ଛଣାଯାଏ ।
- ଏକ ଆଲୁମିନିୟମ୍ ଡେକଚିରେ ନିର୍ଦ୍ଧାରିତ ପରିମାଣର ପାଣି, ଚିନି ଓ ସାଇଟ୍ରିକ୍ ଏସିଡ୍ ନେଇ ଏହାକୁ ଗରମ କରି ସିରା ପ୍ରସ୍ତୁତ କରାଯାଏ।
- ସିରାକୁ ପରିସ୍କାର କନାରେ ଛାଣି ଥଣ୍ଡା କରାଯାଏ ।
- ସିରା ଉପରେ ଭାସୁଥିବା ଧଳା ଫେଣକୁ ବାହାର କରି ଫଳ ରସକୁ ସେଥିରେ ମିଶାଇ ଦିଆଯାଏ ।
- ଏହାପରେ ସେହି ମିଶ୍ରଣରେ ଆବଶ୍ୟକ ମୁତାବକ ରଙ୍ଗ, ଏସେନ୍ସ ଓ ପଟାସିୟମ୍ ମେଟା ବାଇସଲଫାଇଟ ଭଲ ଭାବେ ମିଶାଇ ପରିସ୍କାର ବୋତଲରେ ଭର୍ତ୍ତି କରାଯାଏ ।
- ବୋତଲର ମୁହଁକୁ ମହମରେ ସିଲ୍ କରି ଶୁଖିଲା ଓ ପରିସ୍କାର ସ୍ଥାନରେ ରଖାଯାଏ ।
ବିଭିନ୍ନ ଫଳରୁ ସ୍କ୍ୱାସ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀର ପରିମାଣ:
ବିଭିନ୍ନ ଫଳରୁ ସ୍କ୍ୱାସ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀର ପରିମାଣ
ଲେମ୍ବୁ ସ୍କ୍ୱାସ୍
- ଲେମ୍ବୁ ରସ- 1 ଲିଟର
- ଚିନି- 7 କିଲୋଗ୍ରାମ
- ପାଣି- 1.5 ଲିଟର
- ପଟାସିୟମ ମେଟା ବାଇସଲଫାଇଟ୍- 3.5 ଗ୍ରାମ
- ହଳଦିଆ ରଙ୍ଗ- 2ଟୋପା
କମଳା ସ୍କ୍ୱାସ୍
- କମଳା ରସ- 1 ଲିଟର
- ଚିନି- 1.5 କିଲୋଗ୍ରାମ
- ପଟାସିୟମ ମେଟା ବାଇସଲଫାଇଟ୍- 5 ଗ୍ରାମ
- ସାଇଟ୍ରିକ୍ ଏସିଡ୍- 30 ଗ୍ରାମ
- ନାରଙ୍ଗି ନାଲି ରଙ୍ଗ- 5 ମି.ଲି.
ଲିଚୁ ସ୍କ୍ୱାସ୍
- ଲିଚୁ ରସ- 1 ଲିଟର
- ଚିନି- 1.5 କିଲୋଗ୍ରାମ
- ପାଣି- 600 ମି.ଲି.
- ପଟାସିୟମ ମେଟାବାଇ ସଲଫାଇଟ୍- 2.2 ଗ୍ରାମ
- ସାଇଟ୍ରିକ ଏସିଡ୍- 30 ଗ୍ରାମ
ସପୁରୀ ସ୍କ୍ୱାସ୍
- ସପୁରୀ ରସ- 1 ଲିଟର
- ଚିନି- 1.25 କିଲୋଗ୍ରାମ
- ପାଣି- 600 ମି.ଲି.
- ପଟାସିୟମ ମେଟା ବାଇସଲଫାଇଟ- 2.2 ଗ୍ରାମ
- ସାଇଟ୍ରିକ ଏସିଡ୍- 30 ଗ୍ରାମ
- ସପୁରୀ ସେଣ୍ଟ୍- 5 ମି.ଲି.
- ହଳଦିଆ ରଙ୍ଗ- 5 ମି.ଲି.
ଆମ୍ବ ସ୍କ୍ୱାସ୍
- ଆମ୍ବ ରସ ବା ମଣ୍ଡ- 1 ଲିଟର
- ଚିନି- 1.25 କିଲୋଗ୍ରାମ
- ପାଣି- 600 ମି.ଲି.
- ସାଇଟ୍ରିକ୍ ଏସିଡ୍- 2.2 ଗ୍ରାମ
- ପଟାସିୟମ ମେଟା ବାଇସଲଫାଇଟ୍- 2.2 ଗ୍ରାମ
No Comment