ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ
ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ ଆଉ ସଂନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ
ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ । ସେହି ପରିପ୍ରେକ୍ଷୀରେ ରୁଫଟପ୍ର ଆକ୍ଷରିକ ଅର୍ଥ ଛାତ ଉପର । ତେବେ ଏ ଛାତ ଉପର ବଗିଚାର କଣ ଉପକାରିତା ଆସନ୍ତୁ ଜାଣିବା ।
ଉପକାରିତା –
-ଶତକଡ଼ା ୫୦ଭାଗ ଜଳକୁ ସଂରକ୍ଷିତ କରାଯାଇପାରିବ ଓ ଏହା ଗଛର ବଂଶବିସ୍ତାରରେ ସାହାଯ୍ୟ କରିଥାଏ ।
-ଘରର ଛାତକୁ ଯେକୌଣସି କ୍ଷତିକାରକ ରଶ୍ମି ଓ ଅତ୍ୟଧିକ ତାପମାତ୍ରା କବଳରୁ ରକ୍ଷା କରିଥାଏ ।
-ଖରା ଦିନେ ଛାତ ଥଣ୍ଡା ଓ ଶୀତ ଦିନେ ଉଷୁମ ରହିଥାଏ ।
-ପରିବେଶ ପ୍ରଦୂଷଣରୁ ମୁକ୍ତ ତଥା ପରିବେଶ ସନ୍ତୁଳନରେ ସାହାଯ୍ୟ କରେ ।
-ମାନସିକ ଶାନ୍ତି ତଥା ଏହା ଆକର୍ଷଣୀୟ ପରିପାଟୀରେ ଶୋଭା ପାଇଥାଏ ।
-ଘର ଛାତ ଉପରେ ଥିବାରୁ ଉସ୍ୱେଦନ ପ୍ରକ୍ରିୟାରେ ଉତ୍ତାପ ହ୍ରାସ କରିଥାଏ ।
*ଡି ଶୁଭମ୍, କୃଷି ସ୍ନାତକ
No Comment