ମୁଗ ଫସଲରେ କୀଟ ପରିଚାଳନା


ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟତଃ ୭୦ ଭାଗ ଲୋକ ଜୀବନ ଜୀଇଁବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି । ମୁଖ୍ୟତଃ ଧାନକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଧାନ ଅମଳ ପରେ ପରେ ଜମିରେ ମୁଗ , ବିରି , ସୋରିଷ ପ୍ରଭୃତି ଚାଷ କରି ଚାଷୀ ମାନେ ଲାଭବାନ ହୋଇଥାନ୍ତି । ଡ଼ାଲିଜାତୀୟ ଫସଲ ଭିତରୁ ମୁଗକୁ ଉପକୂଳ ଓଡ଼ିଶାରେ ଚାଷୀମାନେ ଅଧିକ ଭାବେ ଚାଷ କରିଥାନ୍ତି । ଶସ୍ୟ ଜାତୀୟ ଫସଲ ଭାବେ ଏହା ତୃତୀୟ ସ୍ଥାନରେ ଅଛି ।ତେବେ ମୁଗ ଫସଲର ପ୍ରମୁଖ କୀଟ ମାନଙ୍କର ଲକ୍ଷଣ ଓ ସମାଧାନ ବିଷୟରେ ଆସନ୍ତୁ ଜାଣିବା ।
ଜଉ ପୋକ
ଏହା ମୁଖ୍ୟତଃ ଗଛରକାଣ୍ଡ, ପତ୍ର, ଡେମ୍ଫ ଓ ଛୁଇଁ ରେ ଲାଗି ରସ ଶୋଷି ଖାଇଦିଅନ୍ତି । ଗଛ ଦୁର୍ବଳ ହୋଇଯାଏ, ପତ୍ର ହଳଦିଆ ପଡିଯାଏ ଏବଂ ଦାନା କଣିଆ ହୋଇଯାଏ।ଫୁଲ ଆସିବା ବିଳମ୍ବ ହୁଏ । ଏହାର ନିୟନ୍ତ୍ରଣ ପାଇଁ ଡାଇମିଥୋଏଟ୍‌ ୩୦% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ମିଥାଇଲ୍‌ ଡିମେଟନ୍‌ ୨୫% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ଇମିଡାକ୍ଳୋପ୍ରିଡ ୧୭.୮% ଏସ୍‌.ଏଲ୍‌. ୩ ମି.ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଧଳା ମାଛ଼ି
ଧଳା ମାଛି ପ୍ରଥମେ ସବୁଜ ପତ୍ରରୁ ରସ ଶୋଷିବା ଫଳରେ ପତ୍ର ଶୁଖିଯାଏ ଓ ଗଛ ଦୁର୍ବଳ ହୋଇଯାଏ । ଏହି ପୋକ ସାହେବୀ ରୋଗର ବାହକ । ଏହାର ନିୟନ୍ତ୍ରଣ ପାଇଁ ଡାଇମିଥୋଏଟ୍‌ ୩୦% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ମିଥାଇଲ୍‌ ଡିମେଟନ୍‌ ୨୫% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ଇମିଡାକ୍ଳୋପ୍ରିଡ ୧୭.୮% ଏସ୍‌.ଏଲ୍‌. ୩ ମି.ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଲାଲ୍‌ ସଂବାଳୁଆ
ଲାଲ ସଂବାଳୁଆ ଫସଲର ପ୍ରାଥମିକ ଅବସ୍ଥାରେ କଅଁଳିଆ ପତ୍ର ଓ ଡାଳକୁ ଖାଇଥାନ୍ତି, ପରେ ସମ୍ପୁର୍ଣ ଗଛକୁ ଖାଇ ଥୁଣ୍ଟା କରିଦିଅନ୍ତି । ଏହି ପୋକର ଦମନ ପାଇଁ ସକାଳ କାକର ପଡିଥିବା ସମୟରେ ମିଥାଇଲ୍‌ ପାରାଥିଆନ୍‌ ୧.୫% ଗୁଣ୍ଡ ଔଷଧ ୧୦ କି.ଗ୍ରା. କିମ୍ବା କ୍ଳୋରୋପାଇରିଫସ୍‌ ୧.୫% ଗୁଣ୍ଡ ଏକର ପ୍ରତି ୧୦ କି.ଗ୍ରା. ପ୍ରୟୋଗ କରନ୍ତୁ ।

Previous ପ୍ରାକୃତିକ ପାଚନ - ପୁଦିନା
Next ପଂଚଗବ୍ୟ – ଜୈବିକ କୀଟନାଶକ

No Comment

Leave a reply

Your email address will not be published. Required fields are marked *