ପ୍ରାକୃତିକ ପାଚନ – ପୁଦିନା


ଯେକୈାଣସି ଚାଷ କରିବାକୁ ହେଲେ ପ୍ରଥମେ ଏହାର ମୃତ୍ତିକା ଓ ଜଳବାୟୁ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ପୁଦିନା ଚାଷ ନିମନ୍ତେ ମାଟିର ପିଏଚ୍ ୬ ରୁ ୭ ଭିତରେ ଥିବା ଆବଶ୍ୟକ । ଯେଉଁ ଅଂଚଳରେ ୧୦୦-୧୫୦ସେମି ବର୍ଷା ହେଉଥିବ , ତାହା ପୁଦିନା ଚାଷ ନିମନ୍ତେ ପ୍ରକୃଷ୍ଟ ହୋଇଥାଏ । ଏତଦଭିନ୍ନ ପୁଦିନା ଚାଷ ହେଉଥିବା ମୃତ୍ତିକାର ଜଳ ଧାରଣ କ୍ଷମତା ଅଧିକ ଥିବା ସହ ଡ଼୍ରେନେଜ ଠିକ ଭାବରେ ହେଉଥିବା ଦରକାର ।

ବଂଶବିସ୍ତାର ମାଧ୍ୟମ – ପୁଦିନା ସାଧାରଣତଃ କଟିଙ୍ଗ ଦ୍ୱାରା ବଂଶବିସ୍ତାର କରିଥାଏ ।

ଲଗେଇବା ପ୍ରଣାଳୀ – ପୁଦିନା ଚାଷ କରିବା ପାଇଁ ଜୁନ୍‌ରୁ ଜୁଲାଇ ମାସ ଭିତରେ ଲଗାଇବା ଆବଶ୍ୟକ । ଏଥି ନିମନ୍ତେ ଗଛକୁଗଛ ୪୦ସେମି ଓ ଧାଡ଼ିକୁଧାଡ଼ି ୪୦ସେମି ଦୂରତା ରହିବା ଆବଶ୍ୟକ ।

ସାର ପ୍ରୟୋଗ – ୟୁରିଆ , ଫସ୍‌ଫରସ୍ ଓ ପଟାସ୍‌କୁ ୫୦କିଗ୍ରା , ୭୫କିଗ୍ରା ଓ ୫୦କିଗ୍ରା ହେକ୍ଟର ପିଛା ପ୍ରୟୋଗ କରିବା ଆବଶ୍ୟକ ।

ଜଳସେଚନ ଓ ଘାସ ନିୟନ୍ତ୍ରଣ – ଜଳସେଚନ ସପ୍ତାହରେ ଦୁଇଥର କରିବା ଦରକାର । ଏହା ସହ ଘାସ ନିୟନ୍ତ୍ରଣ ନିମନ୍ତେ ଲଗାଇବାର ୭୫ଦିନ ଭିତରେ କାଟିବା ଆବଶ୍ୟକ ।

Previous ଧାନ ଫସଲରେ ଆଜୋଲା
Next ମୁଗ ଫସଲରେ କୀଟ ପରିଚାଳନା

No Comment

Leave a reply

Your email address will not be published. Required fields are marked *