ବଜାରରେ ଯେଉଁ ସମୟରେ ଶସ୍ତା ଦରରେ ଓ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ମିଳେ, ସେହି ସମୟରେ ସେଗୁଡ଼ିକୁ ଆଣି ସ୍କ୍ୱାସ୍, ଜାମ୍ ଓ ଜେଲି ଭଳି ଖାଦ୍ୟ ପ୍ରସ୍ତୁତ କରି ବହୁ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ । ଗୃହିଣୀ ମାନେ ଏହାକୁ ଘରେ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ଓ କେହି ଉଦ୍ୟୋଗୀ କିମ୍ବା ଚାଷୀ ଚାହିଁଲେ ଏହା ଦ୍ୱାରା ସଂରକ୍ଷଣ ଭିତ୍ତିକ କୁଟୀର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଫଳ ଓ ପନିପାରିବାରୁ କେଉଁ ପ୍ରକାର ସଂରକ୍ଷଣ ଦ୍ରବ୍ୟ ପ୍ରସ୍ତୁତ କରାଯାଇପାରିବ ।
ସଂରକ୍ଷଣ ଦ୍ରବ୍ୟ ପାଇଁ ଆବଶ୍ୟକ ଫଳ ଓ ପନିପରିବା
- ସ୍କ୍ୱାସ୍- ଆମ୍ବ, ସପୁରୀ, କାଗଜୀ ଲେମ୍ବୁ, କମଳା, ବେଲ, ଅଙ୍ଗୁର, ପୋଦିନା ପତ୍ର, ଲଙ୍କାଆମ୍ବ, ତରଭୁଜ, ପଣସ
- ଜାମ୍- ଆମ୍ବ, ସେଓ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଅଙ୍ଗୁର, କମଳାଲେମ୍ବୁ, ପାଚିଲା କଦଳୀ, ଗୁଜ୍ ବେରୀ, ସପେଟା, ଷ୍ଟ୍ରବେରୀ
- ଜେଲି- ପିଜୁଳି, କଇଁଥ, ସେଓ
- ସସ୍- ବିଲାତି ବାଇଗଣ, କଞ୍ଚାଲଙ୍କା
- କେଚପ୍- ବିଲାତି ବାଇଗଣ
- ଚଟଣୀ- ଆମ୍ବ, ବିଲାତି ବାଇଗଣ, ନଡ଼ିଆ, କଇଁଥ, ଦେଉଟ, ତେନ୍ତୁଳି, ପୋଦିନା ପତ୍ର, ଭୃଶୁଙ୍ଗା ପତ୍ର, ଅଦା
- ପ୍ୟୁରୀ- ବିଲାତି ବାଇଗଣ
- ରସ- ଆମ୍ବ, ଲେମ୍ବୁ, କମଳା, ସପୁରୀ, ସେଓ
- ଆମ୍ବସଡ଼ା- ପାଚିଲା ଆମ୍ବର ରସ
- ଆମ୍ବଚୁର- ଟାକୁଆ ହୋଇନଥିବା ଆମ୍ବ
- ଆମ୍ବୁଲ- ଆମ୍ବ
- ଶୁଖାଇ ରଖିବା- ଫୁଲକୋବି, ଗାଜର, ବନ୍ଧାକୋବି, ଆଳୁ, ପାଣି କଖାରୁ, ଅଁଳା, କଦଳୀ
- ସୁପ୍- ବିଲାତି ବାଇଗଣ
- ମାର୍ମାଲେଡ- କମଳା
- ମୁରବା- ଆମ୍ବ, ଅଁଳା
No Comment