କରୋନା ଜନିତ ସଂକ୍ରମଣକୁ ଦୂରେଇବା ଉଦ୍ଦେଶ୍ୟରେ କୃଷି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖି ଯେଉଁସବୁ କାର୍ଯ୍ୟପାଇଁ ରାଜ୍ୟ ସରକାର ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ଅନୁମତି ଦେଇଛନ୍ତି ସେଗୁଡିକ ହେଲା..
– ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ କୃଷିଜାତ ଦ୍ରବ୍ୟ ସଂଗ୍ରହ।
– ପନିପରିବା, ଫଳ,କୃଷି ଓ ଉଦ୍ୟାନ କୃଷି ଜାତ ଦ୍ରବ୍ଯ ପରିବହନ।
– ନିୟନ୍ତ୍ରିତ ବଜାର କମିଟି, ଏସ୍. ଏଚ୍. ଜି ଆଦି ମାଧ୍ୟମରେ ସିଧସଳଖ କୃଷକମାନଙ୍କ ଠାରୁ କୃଷିଜାତ ଦ୍ରବ୍ୟ କ୍ରୟ।
– ବିହନ ବୁଣା, ଜମି ଓ ନର୍ସରୀ ପ୍ରସ୍ତୁତି, ଜଳସେଚନ, ବୃକ୍ଷରୋପଣ, ଅମଳ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ।
– ଅମଳ ପରବର୍ତ୍ତୀ କୃଷି କାର୍ଯ୍ୟ।
– ବିହନ ପ୍ରସ୍ତୁତି ଓ ଏହାର ପରିବହନ, ବିତରଣ,ବିକ୍ରି
– କୃଷି ଯନ୍ତ୍ରପାତି ମରାମତି ଓ ଯନ୍ତ୍ରାଂଶ ଦୋକାନ
– ସାର, କୀଟନାଶକ, ବିହନ, କୃଷି ଯନ୍ତ୍ରପାତି ପରିବହନ।
– ବିହନ, ମୃତ୍ତିକା, ସାର ଓ କୀଟନାଶକ ପରୀକ୍ଷାଗାର।
– ଚାଷକାମ, ମୋ ପୋଖରୀ ଓ ଫାର୍ମ ପଣ୍ଡ ଖନନ, ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ।
-କ୍ରପ୍ କଟିଂ ଓ କ୍ଷୟକ୍ଷତି ଆକଳନ।
– ସରକାରୀ ସଂସ୍ଥା ଦ୍ବାରା ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ।
ଲକଡାଉନ୍ ବେଳେ ବିଭିନ୍ନ ଧରଣର କୃଷି କାମକୁ ଅନୁମତି
Govt permits agri activities during lockdown

No Comment