ସ୍ମାର୍ଟଫୋନ ପାସ ୱାର୍ଡ ଭୁଲିଛନ୍ତି କି ? ତେବେ ଜାଣନ୍ତୁ ଖୋଲିବେ କେମିତି

Easy Tricks to Crack Android Mobile Password or Pattern Lock

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାଟଫୋନ ରହିଛି । ନିଜ ଫୋନରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ବା ଅନ୍ୟାନ୍ୟ ଗୁରୁତପୂର୍ଣ୍ଣ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସ୍କ୍ରିନ ଲକ ବା ପାସ ୱାର୍ଡ ଦେଇଥାନ୍ତି । କୌଣସି କାରଣରୁ ଯଦି ପାସ ୱାର୍ଡ ବା ଫୋନର ପ୍ୟାର୍ଟନ ଭୁଲିଯାଇଛନ୍ତି ତେବେ କ’ଣ କରିବେ ସେ ବିଷୟରେ କିଛିଟି ଉପାୟ ଜାଣନ୍ତୁ । ଫୋନ୍ ପାସୱାର୍ଡ ଭୂଲିଯିବା ଏକ ସାଧାରଣ କଥା ହୋଇଥିଲେ ମଧ୍ୟ ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

ଯଦି ପ୍ୟାର୍ଟନ ଲକ୍ ପକାଇଛନ୍ତି ତାହା ଖୋଲୁନି ବା ଆପଣ ଭୂଲିଯାଇଛନ୍ତି ତେବେ ‘ରି-ସେଟ୍’ କରି ଫୋନ ଅନ୍ ଲକ୍ କରିପାରିବେ।
– ପ୍ରଥମେ ଆପଣଙ୍କ ଆଣ୍ଡ୍ରଏଡ ଫୋନକୁ ସୁଇଜ ଅଫ କରି କିଛି ସମୟ ଅପେକ୍ଷା କରନ୍ତୁ ।
– ଏବେ ଭଲ୍ୟୁମ୍ ‘+’ ଓ ପାୱାର ବଟନକୁ ଏକାସମୟରେ ପ୍ରେସକରି ଫୋନ ଅନକରନ୍ତୁ ।
– ଫୋନଟି ରିକଭରି ମୋଡ଼ରେ ଖୋଲିବ । ଏହାପରେ ମେନୁରୁ (ରି-ସେଟ୍) ବଟନ୍ ଚୟନ କରନ୍ତୁ । ଏହାପରେ ଅନେକ ଗୁଡ଼ିକ ବିକଳ୍ପ ଦେଖାଇଥାଏ ହେଲେ ଆପଣ ‘ଡସକ୍ଟ୍ରର ଉବମଷର ଚବକ୍ସଗ୍ଧସଗ୍ଧସକ୍ଟଦ୍ଭ ଞକ୍ଟ ଉକ୍ଷରବଦ୍ଭ ଊବଗ୍ଧବ’ ଉପରେ କ୍ଲିକ୍ କରନ୍ତୁ ।
– ଏହାପରେ ଆପଣଙ୍କ ଫୋନ ସୁଇଜ ଅନକରି ଦେଖନ୍ତୁ ଫୋନଟି ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇ ଯାଇଥିବ । ଆପଣ ଚାହିଁଲେ ଏବେ ନିଜ ଫୋନ ପାଇଁ ନୂଆ ପାସ ୱର୍ଡ ଦେଇ ପାରିବେ ।

ପ୍ୟାର୍ଟନ ଲକକୁ ଅନ୍ୟ ଏକ ଉପାୟରେ ମଧ୍ୟ ଖୋଲିପାରିବେ ଏଥି ପାଇଁ ଫୋନରେ ନେଟ୍ ସଂଯୋଗ ଥିବା ଆବଶ୍ୟକ ।
-ପ୍ରଥମେ ୫ଥର ଭୂଲ ପ୍ୟାର୍ଟନ ଟାଣନ୍ତ ଏବେ ୩୦ ସେକଣ୍ଡପରେ ପୁଣିଥିରେ ଚେଷ୍ଟା କରିବାକୁ ଏକ ନୋଟିଫିକେସନ ଆସିବ ।
-୩୦ ସେକେଣ୍ଡ ପରେ ଏଭଳି କରନ୍ତୁ ଏବେ ଏକ ବିକଳ୍ପ ଦେଖାଇବ ‘ୠକ୍ଟକ୍ସଶକ୍ଟଗ୍ଧ ଚବଗ୍ଦଗ୍ଦଙ୍ଗକ୍ଟକ୍ସୟ’ ବା ପାସ ୱାର୍ଡ ଭୁଲିଯାଇଛି । ଏହି ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
-ଏହାପରେ ନିଜ ଇ-ମେଲ ଆକାଉଣ୍ଟ ବା ପାସ ୱାର୍ଡର କିଛି ଲେଖନ୍ତୁ ସ୍କ୍ରିନ ଉପରେ ଯାହାକି ଆଗରୁ ବ୍ୟବହାର ହୋଇଛି । ଏହାପରେ ନୂଆ ପାସ ୱାର୍ଡ ସେଟ୍ କରି ନିଜ ଫୋନକୁ ଅନ ଲକ କରିପାରିବେ ।

ସେହିଭଳି ଯଦି ପ୍ୟର୍ଟେନ ନଦେଇ ପାସ ୱାର୍ଡ ଦେଇଥିବେ କ’ଣ କରିବେ ଜାଣନ୍ତୁ । ଲ୍ୟାପଟପ ବା କମ୍ପ୍ୟୁଟରରେ ଥିବା ଡ଼ିଭାଇସ୍ ମ୍ୟାନେଜର ଦ୍ୱାରା ସହଜରେ ଫୋନର ଲକ୍ ଖୋଲି ପାରିବେ ।
– ଆଣ୍ଡ୍ରଏଡ ଡିଭାଇଡ ମ୍ୟାନେଜରକୁ ଯାଆନ୍ତୁ ।
– ଏବେ ଗୁଗୁଲ ଆକାଉଣ୍ଟ ସାଇନ ଇନ୍ କରନ୍ତୁ ।
– ଏହାପରେ ଲକ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ଏବେ ନୂଆ ପାସ ୱାର୍ଡ ଦେବା ସହ ତାହାକୁ କନଫର୍ମ କରନ୍ତୁ ।
– ଏହାପରେ ଫୋନକୁ ରି-ବୋର୍ଟ କରି ନୂଆ ପାସ ୱାର୍ଡ ଦିଅନ୍ତୁ ଫୋନର ଲକ୍ ଖୋଲିଯିବ ।

Previous ଗୃହିଣୀଙ୍କ ପାଇଁ ଜାଣିବା କଥା
Next ବଲିଉଡ଼ ଷ୍ଟାରଙ୍କ ପ୍ରିୟ ଖାଦ୍ୟ

No Comment

Leave a reply

Your email address will not be published. Required fields are marked *