ଧାନ ଚାଷ ପାଇଁ ମାଟି ପରୀକ୍ଷା


ଧାନ ଓଡ଼ିଶାର ପ୍ରଧାନ ଫସଲ । ଅନେକଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । କିସମ ଓ ଅବସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ଜମିରେ ଧାନ ଚାଷ ହୋଇଥାଏ । ଧାନ ଚାଷ କରିବାକୁ ହେଲେ ମୁଖ୍ୟତଃ ମାଟି ପରୀକ୍ଷା ଠିକ୍‌ଭାବେ କରାଇନେବା ଉଚିତ୍ । ତେବେଏହି ବିଷୟରେ ବିସ୍ତୃତଭାବେ ଜାଣିନେଲେ ଚାଷୀଙ୍କୁ କୌଣସି ଅସୁବିଧା ହେବନାହିଁ ।

ମାଟି ପରୀକ୍ଷା

ଚାଷକରିବା ପୂର୍ବରୁ ପ୍ରଥମ କାମ ହେଉଛି ମାଟି ପରୀକ୍ଷା ପାଇଁ ନମୂନା ମାଟି ସଂଗ୍ରହ କରିବା । ଚାଷୀମାନେ ନିକଟସ୍ଥ କୃଷିକର୍ମଚାରୀଙ୍କ ଦ୍ୱାରାମାଟିର ନମୂନା ସଂଗ୍ରହକରି ମୃତ୍ତିକା ପରୀକ୍ଷାଗାରକୁ ପଠାଇଲେ ମାଟିର ଉର୍ବରତା ଓ ଅନ୍ୟାନ୍ୟ ଗୁଣବିଷୟରେ ସଠିକ ଧାରଣା ମିଳିଥାଏ । ଏହାଦ୍ୱାରା ଅନାପାତିକ ଖତସାର ପ୍ରୟୋଗ କରି ଚାଷୀ ଭଲ ଅମଳ ପାଇ ପାରିବେ । ନମୂନାମାଟି ଚକୱାରୀ ସଂଗ୍ରହ କରିବାକୁ ପଡ଼ିଥାଏ । ଗୋଟିଏଏକର ଚକରୁ ଅନ୍ୟୁନ ୫-୭ଟି ସ୍ଥାନରୁ ମାଟି ସଂଗ୍ରହ କରାଯାଇଥାଏ । ମାଟିସଂଗ୍ରହ ପୂର୍ବରୁ ସ୍ଥିର ହୋଇଥିବା ସ୍ଥାନରୁ ଘାସଲତା କାଟି ସଫା କରିଦେବା ଉଚିତ । ଏହାପରେ କୋଦାଳରେ ତେର୍ଚ୍ଛା ଭାବରେ ଚୋଟମାରି୬ ଇଞ୍ଚ ଖୋଳିବାକୁ ପଡ଼ିଥାଏ । ଖୁରୁପି ସାହାଯ୍ୟରେ ସେହି ଖୋଳାଯାଇଥିବା ସ୍ଥାନରୁ ପ୍ରାୟ ଅଧ କିଲୋଗ୍ରାମର ମାଟି ସଂଗ୍ରହକରି ପଲିଥିନ୍‌ବା କନାମୁଣାରେ ରଖିବାକୁ ହୁଏ ।ଏହିପରିଭାବେ ଜମିର ୫-୭ଟି ସ୍ଥାନରୁ ଅଢେ଼ଇରୁ ୩ କିଲୋଗ୍ରାମ ପର୍ଯ୍ୟନ୍ତ ମାଟିଆଣି ଏକତ୍ର ମିଶାଇ ଗୁଣ୍ଡକରି ଛାଇରେ ଶୁଖାଇବାକୁ ହୁଏ । ଏହାପରେ ଗୁଣ୍ଡମାଟିକୁ ସମାନ ଚାରିଭାଗରେ ବିଭକ୍ତକରି ସେଥିରୁ ଦୁଇଭାଗ ଅଲଗାକରିବାକୁ ହୁଏ ।ଏଭଳି ଦୁଇଭାଗ ଲେଖାଏଁ ବାହାରକରି ସମୁଦାୟ ମାଟିରୁ ୨୫୦ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ନମୂନାମାଟି ସଂଗ୍ରହକରି ପଲିଥିନ୍‌ମୁଣାରେ ରଖାଯାଏ । ମାଟିସଂଗ୍ରହକରାଯାଇଥିବା ଜମିର ବିବରଣୀ ପତ୍ରଲେଖି ନମୂନାମାଟି ସହ ପରୀକ୍ଷାଗାରକୁ ପଠାଯାଇଥାଏ ।

ମାଟି ସଂଗ୍ରହ ବେଳେ କିଛି ଜାଣିବା କଥା

  • ହିଡ଼କଡ଼, ଖତଗଦା ହୋଇଥିବାସ୍ଥାନ ତଥା ଗଛ ଛାଇକିମ୍ବା ଗଛ ମୂଳରୁମାଟିର ନମୂନା ସଂଗ୍ରହକରିବା ଅନୁଚିତ ।
  • ଜମିରେ ଫସଲ ଥିବା ଅବସ୍ଥାରେ ମାଟି ନମୂନା ସଂଗ୍ରହ କରନ୍ତୁ ନାହିଁ ।
  • ଓଦାମାଟି ନମୂନା ସଂଗ୍ରହ କରିଥିଲେ ତାକୁ ଛାଇରେ ଶୁଖାଇ ପରୀକ୍ଷାଗାରକୁ ପଠାଇବା ଉଚିତ ।
Previous ଧାନ ଚାଷ ପାଇଁ ଜମି ପ୍ରସ୍ତୁତି
Next ଧାନ ତଳିଘରା ପ୍ରସ୍ତୁତି ଓ ପରିଚାଳନା

No Comment

Leave a reply

Your email address will not be published. Required fields are marked *