ଅଧିକ ଅମଳ ପାଇଁ କରନ୍ତୁ ବିହନ ବିଶୋଧନ

Refine the seeds for higher yields

ଯେପରି ସୁସ୍ଥ ମା’ ଗର୍ଭରୁ ସୁସ୍ଥ ସନ୍ତାନ ଜନ୍ମ ନିଏ ସେପରି ସୁସ୍ଥ ମଞ୍ଜିରୁ ସୁସ୍ଥ ଗଛଟିଏ ହୁଏ । ସୁସ୍ଥ ଗଛ ବା ଭଲ ଫସଲ ପାଇଁ ଭଲ ବିହନର ଆବଶ୍ୟକତା ରହିଥାଏ । ଉକୃଷ୍ଟ ବିହନର କେତେକ ବିଶେଷ ଗୁଣ ରହିଛି । ସେଗୁଡ଼ିକ ବିଷୟରେ ଜାଣନ୍ତୁ…
-ନିରୋଳା,ନିରୋଗା, ଅଧିକ ଅମଳକ୍ଷମ ହୋଇଥିବା ଦରକାର
-ନିର୍ଦ୍ଦିଷ୍ଟ ମାନର ଗଜା ଶକ୍ତି ରହିଥିବ
-ନିର୍ଦ୍ଦିଷ୍ଟମାନର ସାଧାରଣ ଶୁଦ୍ଧାତା ରହିଥିବ
-ଅନ୍ୟ କିସମର ମଞ୍ଜି ମିଶି ନଥିବ
-ଅନାବନା ଗଛ ବା ଘାସ ମଞ୍ଜି ନଥିବ
-କାଠି,କୁଟା,ମାଟି,ଭଙ୍ଗା ମଞ୍ଜି ଯେପରି ନ ରହେ ସେ ଦିଗ ପ୍ରତି ଦୃଷ୍ଟି ଦେବା ଦରକାର
-ସର୍ବୋପରି ବିହନର ରଙ୍ଗ ଓ ତେଜ ଠିକ୍ ରହିଥିବ ।
ଏହି ସବୁ ଗୁଣ ଥିଲେ ମଧ୍ୟ ଅନେକ ସମୟରେ ବିହନ ରୋଗମୁକ୍ତ ହୋଇ ନଥାଏ ତେଣୁ ତାହାକୁ ରୋଗ ମୁକ୍ତ ରଖିବା ଜରୁରୀ । ଏଥିପାଇଁ ବିହନକୁ ବୁଣିବା ପୂର୍ବରୁ ବିଶୋଧନ କରିବା ଉଚିତ୍ । ବିଶୋଧନ ଏକ ପ୍ରତିଷେଧକ ବ୍ୟବସ୍ଥା ଅଟେ । ଏହାକୁ ଅନୁଶରଣ କରିବା ଦ୍ୱାରା କମ୍ ଖର୍ଚ୍ଚରେ ଫସଲକୁ ସୁରକ୍ଷା ଦିଆଯାଇପାରିବ । ବିହନ ବିଶୋଧନର ଭିନ୍ନ ଭିନ୍ନ ପ୍ରଣାଳୀ ରହିଥାଏ । ସେଗୁଡ଼ିକ ହେଲା
୧. ଭୌତିକ ପ୍ରଣାଳୀ
୨. ରାସାୟନିକ ପ୍ରଣାଳୀ
୩. ଜୈବିକ ପ୍ରଣାଳୀ
ବିହନ ବିଶୋଧନ କିପରି କରିବା:-
ଶୁଖିଲା ଓ ଆର୍ଦ୍ର ବିହନ ପାଇଁ ଭିନ୍ନ ଭିନ୍ନ ବିଶୋଧକ ପ୍ରୟୋଗ କରାଯାଏ । ଶୁଖିଲା ବିହନକୁ ବିଶୋଧନ କରିବା ପାଇଁ ଅନୁମୋଦିତ ବିହନକୁ ବିଶୋଧକ ଦ୍ୱାରା ମାଟି ମାଠିଆ କିମ୍ବା ବିହନ ବିଶୋଧନ ଡ୍ରମ୍‌ରେ ଭଲଭାବରେ ମିଶାଇ ବିଶୋଧନ କରାଯାଇପାରିବ । ସେହିଭଳି ଯେଉଁ ଚାଷୀଭାଇମାନେ ବିହନକୁ ବତୁରାଇ ଗଜା କରି ବୁଣନ୍ତି କିମ୍ବା ଆଖୁ, ଆଳୁ, ଅଦା, ହଳଦୀ ଆଦି ଚାଷ କରନ୍ତି ସେମାନେ ବିହନକୁ ପାଣିରେ ଅନୁମୋଦିତ ବିଶୋଧକ ମିଶାଇ ବିହନକୁ ବତୁରାଇ ବିଶୋଧନ କରନ୍ତୁ ।
ବିହନ ବିଶୋଧନର ଉପକାର:-
-ଅଙ୍କୁରୋଦଗମ କ୍ଷମତା ବୃଦ୍ଧି କରେ ।
-ସମାନ ଭାବରେ ଚାରାଗଛ ବାହାରେ
-ବିହନ ଓ ଗଛକୁ ପ୍ରାଥମିକ ଅବସ୍ଥାରେ ରୋଗ, ପୋକ ସଂକ୍ରମଣରୁ ରକ୍ଷା କରେ ।
-ଫସଲରେ ହରମୋନ୍ କମାଏ
-ରାଇଜୋବିୟମ,ଫସଫୋବ୍ୟ୍ରାକ୍ଟର, ଆଜୋଟୋବ୍ୟାକ୍ଟର, ଆଜୋସ୍ପିରିଲମ୍ ବ୍ୟବହାର ଦ୍ୱାରା ପ୍ରାକୃତିକ ଖାଦ୍ୟ ସାର ଗଛ ପାଇଁ ଉପଯୋଗୀ ହୁଏ ।
-ବିହନ ବିଶୋଧନ ଏକ ମିତବ୍ୟୟୀ ଓ ପ୍ରକୃତି ମିତ୍ର ଉପାୟ ।
ବିହନ ବିଶୋଧନ ସମୟରେ ସାବଧାନତା:
-ବିହନ ବିଶୋଧନ ସମୟରେ ହାତରେ ଗ୍ଲୋବ ଓ ମୁହଁରେ ମାସ୍କ ବ୍ୟବହାର କରନ୍ତୁ ।
-ସଠିକ୍ ପରିମାଣରେ ରାସାୟନିକ କିମ୍ବା ଜୈବିକ ବିହନ ବିଶୋଧକ ବ୍ୟବହାର କରନ୍ତୁ ।
-ବିଶୋଧିତ ବିହନକୁ ଖାଦ୍ୟଶସ୍ୟ ଭାବେ ବ୍ୟବହାର କରନ୍ତୁ ନାହିଁ ।

Previous ଉଦ୍ୟାନକୃଷି ମିଶନ୍ ଯୋଜନାରେ ଲାଭ
Next ଶୋଷକ ପୋକ ନିୟନ୍ତ୍ରଣ

No Comment

Leave a reply

Your email address will not be published. Required fields are marked *