ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷି ଉତ୍ପାଦ ସମୂହର ବିକାଶ: ଖର୍ଚ୍ଚ ହେବ ୪୦୧.୬ କୋଟି

promotion of agriculture production clusters in tribal regions of odisha

ରାଜ୍ୟ କୃଷି ଓ କୃଷକ ସ୍ୱାବଲମ୍ବି ବିଭାଗ ଓ ପଞ୍ଚାୟତିରାଜ ଓ ପାଣିୟଜଳ ବିଭାଗ ମିଳିତ ସହଯୋଗରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷି ଉତ୍ପାଦ ସମୂହର ପ୍ରଚାର ପାଇଁ ଏକ ପ୍ରକଳ୍ପର ଆରମ୍ଭ କରାଯାଇଛି । ୪ବର୍ଷିଆ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଉଚ୍ଚଭୂମି ଥିବା ୧୨ ଟି ଜିଲ୍ଲାରେ କୃଷି ଉତ୍ପାଦନ ସମୂହ ଦ୍ୱାରା ୧ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କୃଷି କ୍ଷେତ୍ରରର ବିକାଶ ଲଗାତାର ଭାବେ ଦୁଇଗୁଣିତ କରିବା । ଏହି ପ୍ରକଳ୍ପ ପାଇଁ ୪୦୧.୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି ।
କୃଷକ ସହଯୋଗ, ସମକାଳୀନ ଉତ୍ପାଦନ, ଉତ୍ପାଦକ ଜୀବିକା ଗୁଣ ସୃଷ୍ଟି, ପଶୁପାଳନରେ ବୃଦ୍ଧି ଓ କୃଷି ଉଦ୍ୟୋଗ ଓ ବଜାର ସଂଶ୍ଳିଷ୍ଟ ପରିବେଶର ପ୍ରଚାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉପାଦାନ ରହିଛି । କୃଷକ ସହଯୋଗରେ ପାଖାପାଖି ୧୫୦ କୃଷକଙ୍କୁ ନେଇ ଗୋଟିଏ ଉତ୍ପାଦକ ସମୂହ ଗଠନ କରାଯିବ ଓ ପାଖାପାଖି ୪୦ ଏକର ଜମିରେ ଉଦ୍ୟାନ କୃଷିକରୁଥିବା ସମୂହକୁ ଚୟନ କରାଯାଇ ସେମାନଙ୍କୁ ସମକାଳୀନ ବଜାର ସହିତ ଜଡ଼ିତ ଉତ୍ପାଦନର ଅଭ୍ୟାସ ସୁବିଧା ଦିଆଯିବ । ଏହାସହ ୩୦୦୦ ରୁ ୫୦୦୦ ଚାଷୀ ଥିବା ୨୦-୨୫ ଉତ୍ପାଦକ ସମୂହକୁ ନେଇ ଉତ୍ପାଦକ କମ୍ପାନୀ ଗଠନ କରାଯିବ । ୪୦ଟି ବ୍ଲକରେ ୬୫୦ ଟି ଉତ୍ପାଦକ ସମୂହକୁ ନେଇ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବାର ଯୋଜନା ରହିଛି, ଯେଉଁଥିରେ ୧୦୦୦୦୦ ଚାଷୀଙ୍କୁ ସାମିଲ କରାଯିବ । ସମକାଳୀନ ଉତ୍ପାଦନ ଜରିଆରେ ନର୍ସରୀ ସହଯୋଗୀତା ବୃଦ୍ଧି, ଶ୍ରେଣୀ ପ୍ରକ୍ରିୟାରେ ରୋପଣ, କ୍ଷୁଦ୍ର କୃଷକ ଉପଯୁକ୍ତତା, କୃଷି ପରିବେଶର ଅନୁକୂଳତା ଓ ଆକର୍ଷଣୀୟ ବଜାର ବ୍ୟବସ୍ଥାକୁ ବିଚାର କରାଯାଇ ବିଜୟୀ ଫସଲ ଚୟନ, ଉନ୍ନତ ବୈଷୟିକ ମାଧ୍ୟମରେ ଉତ୍ପାଦକତା ବଢାଇବା , ଅନ୍ତଃ ଫସଲ ଦ୍ୱାରା ଫଳ ବଗିଚା ବୃଦ୍ଧି କରିବା ଇତ୍ୟାଦି ଲକ୍ଷ୍ୟ ରଖାଯାଇଛି । ସେହିଭଳି ଉତ୍ପାଦକ ଜୀବିକା ଗୁଣ ସୃଷ୍ଟିରେ ୧୬,୦୦୦ ଜମିକୁ ଜଳଯୋଗାଣ ବ୍ୟବସ୍ଥା, ୮୦୦୦ ଜମିରେ ବଗିଚା ବିକାଶ,୬୦,୦୦୦ ଚାଷୀଙ୍କ ପାଖରେ କୃଷି ଯନ୍ତ୍ରପାତି ପହଁଚା ଯିବ, ୩୦,୦୦୦ ଚାଷୀଙ୍କୁ ଛେଳି ଓ କୁକୁଡ଼ା ପାଳନ ପାଇଁ ବିହନ ସୃଷ୍ଟି କରିବାକୁ ପ୍ରସ୍ତୁତ କରାଯିବ, ସେବି ଭଳି ରାଜ୍ୟସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଯଥା ଓଏଲଏମ,ଉଦ୍ୟାନ କୃଷି ବିଭାଗ, କୃଷିବିଭାଗ ଆଦି ଦ୍ୱାରା ଅନେକ ଗୁଡ଼ିଏ ଯୋଜନା ସୃଷ୍ଟି କରାଯିବ । ସେହିଭଳି ପଶୁପାଳନରେ ୪୦,୦୦୦ କୃଷକଙ୍କୁ ଛେଳି ଓ କୁକୁଡ଼ା ପାଳନ ପାଇଁ ଅନ୍ତର୍ଭୁକ୍ତ କରାଯିବ, ଉନ୍ନତ ଗୁହାଳ ,ଟୀକାକରଣ, ଉନ୍ନତ ସ୍ୱଚ୍ଛତା ଓ ସ୍ୱଚ୍ଛତା ପ୍ରକ୍ରିୟାରେ ବିକାଶ, ଅନୂପୁରକ ଖାଦ୍ୟ ବ୍ୟବସ୍ଥା ଆଦି ସୁବିଧା କରାଯିବ । କୃଷି ଉଦ୍ୟୋଗ ଓ ବଜାର ସଂଶ୍ଳିଷ୍ଟ ପରିବେଶ ପ୍ରଚାର ଦ୍ୱାରା ବଜାର ସହ ସଂଶ୍ଳିଷ୍ଟ ୭୫୦ କୃଷି ଉଦ୍ୟୋଗକୁ ବିକଶିତ କରାଯିବ ସହ ମୂଲ୍ୟ ଶୃଙ୍ଖଳା ସମର୍ଥକ ଭାବେ ନାମିତ କରିବା, ଉକ୍ତ ଅଞ୍ଚଳକୁ ବ୍ୟବସାୟିକ ରାସ୍ତାପ୍ରସ୍ତୁତ କରିବା ଆଦି ଯୋଜନା ରହିଛି । ଏହି ପ୍ରକଳ୍ପ ପାଇଁ ଗତବର୍ଷ ନଭେମ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦ୍ୟାନକୃଷି ନିର୍ଦ୍ଦେଶାଳାୟ ଓ ଓଡ଼ିଶା ଜୀବିକା ମିଶନ, ବିଆରଏଲଏଫ ଓ ୧୭ଟି ଏନଜିଓ ସହାୟତାରେ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଯାଇଛି ।

Previous କୀଟନାଶକର ଖାମଖିଆଲି ପ୍ରୟୋଗ:ବର୍ଷକୁ ଦଶହଜାର ଚାଷୀଙ୍କ ପ୍ରାଣହାନି
Next ପୋଟଳ ଚାଷ ପାଇଁ ଜଳବାୟୁ , ମୃତ୍ତିକା ଓ ଆବଶ୍ୟକ ବିହନ

No Comment

Leave a reply

Your email address will not be published. Required fields are marked *