ସହରୀଙ୍କ ଖର୍ଚ୍ଚ କମାଉଛି କିଚେନ ଗାର୍ଡେନ

Growing your own fruits and vegetables will save your money at the grocery store

ସହରରେ ରହୁଥିବା ଲୋକଙ୍କ ପାଇଁ ଖାଲିସ୍ଥାନ ଟିକେ ପାଇବା କଷ୍ଟକର । ଭଡ଼ାଘରେ ବା ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଖାଲିସ୍ଥାନ କୋଉଠୁ ମିଳିବ, ହେଲେ ସବୁବେଳେ ବାରି ଶାଗ, ଲଙ୍କା ଓ ପନିପରିବାର ସ୍ୱାଦକୁ ଝୁରି ହୁଅନ୍ତି ଏମାନେ । ଆପଣ ବି ଯଦି ସହରରେ ରହୁଛନ୍ତି ବାଡ଼ି କି ଖୋଲାସ୍ଥାନ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ବାଲୋକନି କିମ୍ବା ଛାତ ଉପରେ କିଚେନ ଗାର୍ଡେନ୍ ବା ପାକଶାଳା ଉଦ୍ୟାନ କରି ବିଭିନ୍ନ ପ୍ରକାର ଚାଷ କରିପାରିବେ । ସେ ପୁଣି ସ୍ୱଳ୍ପ ଖର୍ଚ୍ଚ ଓ ସମ୍ପୁର୍ଣ୍ଣ ଜୈବିକ ପ୍ରଣାଳୀରେ । ତେବେ କିପରି କରିବେ କିଚେନ ଗାର୍ଡେନ ସେ ବିଷୟରେ ଜାଣନ୍ତୁ ।

ପାକଶାଳା ଉଦ୍ୟାନରୁ ବାଡି ଦରବ ସାଙ୍ଗକୁ ସମ୍ପୁର୍ଣ୍ଣ ଜୈବିକ ଓ ସୁସ୍ଥ ପରିବା ପାଇବେ । ଆପଣ କିଚେନ ଗାର୍ଡେନରୁ ଦୈନିକ କିଛି ରୋଜଗାର ମଧ୍ୟ କରିପାରିବେ । ଖର୍ଚ୍ଚ କମ,ସାଙ୍ଗକୁ ଉତ୍ତମ ସ୍ୱସ୍ଥ୍ୟ ପାଇଁ ପାକଶାଳା ଉଦ୍ୟାନ କରନ୍ତୁ । ବାଙ୍ଗଲୁର,ହାଇଦ୍ରାବାଦ, ଭୋପାଳ ଭଳି ବଡ଼ବଡ଼ ସହର ସହିତ ଭୁବନେଶ୍ୱରରେ ମଧ୍ୟ ବହୁଳଭାବରେ ପାକଶାଳା ଉଦ୍ୟାନ କରାଯାଉଥିବାର ଦେଖିବାକୁ ମିଳୁଛି । ବ୍ୟବହାର ଅନୁପଯୋଗ୍ୟ ଗାଡ଼ିଟାର, ପାଣିଟାଙ୍କି, ଅଖାବସ୍ତା, ପାଣିବୋତଲ, ସିମେଣ୍ଟକୁଣ୍ଡ, ରଙ୍ଗ ଡ଼ବା, ପାଲଷ୍ଟିକ ବାଲଟି, ତେଲ ଟିଣକୁ ନିଜର କିଚେନ ଗାର୍ଡେନ ପ୍ରସ୍ତୁତି ପାଇଁ ବ୍ୟବହାର କରିପାରିବେ । ଏହି ପାତ୍ରଗୁଡ଼ିକୁ ଛାତ ବା ବାଲୋକନିରେ ଉପଯୁକ୍ତ ସ୍ଥାନରେ ରଖି ସେଥିରେ ୫୦ ଲାଖେଏଁ ମାଟି ଓ ଗୋବର ଖତ ଦିଅନ୍ତୁ । ଗୋବର ବଦଳରେ ଆପଣ କମ୍ପୋଷ୍ଟ ଖତ ଦେଇପାରିବେ । ବାଲିଆମାଟିରେ ଟିକେ ଅଧିକ ଗୋବର ଦେଇ ମାଟି ପ୍ରସ୍ତୁ କରନ୍ତୁ । ପ୍ରସ୍ତୁତ ହୋଇଥିବା ମାଟିକୁ ଗୋଟିଏ ବା ଦୁଇଦିନ ଖରାରେ ରଖିବା ପରେ ସେଥିରେ ମଞ୍ଜି ବା ଚାରା ଲଗାନ୍ତୁ । ୪ରୁ୬ରେ ଥରି ମାଟିକୁ ଖତସାର ଦେଇ ପ୍ରସ୍ତୁତ କରିବ ନଚେତ ସମ୍ପୂର୍ଣ୍ଣ ମାଟି ପରିବର୍ତ୍ତନ କରିବା ଦ୍ୱାରା ଗଛ ଭଲ ବଢିଥାଏ । ଅଧିକ ବର୍ଷା ବା ଖରାରୁ ଫସଲକୁ ରକ୍ଷାକରିବା ପାଇଁ ଆପଣ ଏହି ସବୁ ଫସଲଗୁଡ଼ିକୁ ସୁବିଧାରେ ସୁରକ୍ଷୀତ ସ୍ଥାନକୁ ଉଠାଇ ନେଇପାରିବେ ।

ସେହିଭଳି ଲତା ଜାତୀୟ ଗଛକୁ ବଢାଇବା ପାଇଁ ତାର ବା ଡ଼ୋରି ଟାଣି ମଡ଼ାଇ ପାରିବେ । ଆପଣଙ୍କ ଘରୁ, ରୋସେଇଘରୁ ଓ ପୂଜାଘରୁ ବାହାରୁଥିବା ବିଭିନ୍ନ ପ୍ରକାର ଚୋପା, ବଳକା ଖାଦ୍ୟ ଓ ଛଡ଼ା ଫୁଲ ବା ଶୁଖିଲା ପତ୍ରକୁ ଗଛରେ ସାରଭାରେ ବ୍ୟବହାର କରିପାରିବେ । ଏହାସହ ରୋଗପୋକ ନିୟନ୍ତ୍ରଣ ପାଇଁ ମଧ୍ୟ କୌଣସି ରାସାୟନିକ ଔଷଧ ବ୍ୟବହାର କରନ୍ତୁ ନାହିଁ, ଲିମ୍ବତେଲ ଓ ପାଣି, ପାଉଁଷ ଓ ହଳଦୀର ବ୍ୟବହାର କରି ଅନେକ ରୋଗର ଉପଚାର କରିପାରିବେ । କିଚେନ ଗାର୍ଡେନ ଦ୍ୱାରା ଛାତର କୌଣସି କ୍ଷତି ହୋଇ ନଥାଏ । ଆପଣ ଯଦି ଏହାକୁ ବ୍ୟବସାୟୀକ ଭିତ୍ତିରେ ଆପଣାଉଛନ୍ତି ତେବେ ଛାତରେ ସିମେଣ୍ଟରେ ବିମ୍ ବା କାଠ,ବାଉଁସରେ ଭାଡ଼ି ତିଆରି କରନ୍ତୁ, ଅଧିକ ଫସଲ କରିପାରିବେ । ଫୁଲ, ଫଳ, ପନିପରିବାଠୁ ଆରମ୍ଭ କରି େଔଷଧ ଗଛ ପର୍ଯ୍ୟନ୍ତ ସବୁକିଛି ଗୋଟିଏ ସ୍ଥାନରେ ଚାଷ କରିପାରିବେ । ଦିନକୁ ୫୦ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ଏହି ପାକଶାଳା ଉଦ୍ୟାନରୁ ରୋଜଗାର କରିପାରିବେ ।

Previous ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାର ପାଇଥିଲେ ଏହି ବାଳକ
Next ମେକ ଇନ୍ ଓଡ଼ିଶା କନକ୍ଲେଭ:ଏଗ୍ରି ମାର୍କେଟିଂରେ ୧୪୧୨ କୋଟି ଟଙ୍କାର ପୁଞ୍ଜି ନିବେଶ

No Comment

Leave a reply

Your email address will not be published. Required fields are marked *