ଫସଲ ଚକ୍ର ଅନୁକରଣରୁ ଫାଇଦା

crop rotation advantages

ପାରମ୍ପରିକ ଚାଷରୁ ଭଲ ଲାଭ ନମିଳିବାରୁ ଅନେକ ଚାଷୀ ଚିନ୍ତାରେ ପଡ଼ିଥାନ୍ତି । ତା ସହ ଜଳବାୟୁ ପରିବର୍ତ୍ତନ ଫସଲ ହାନୀର ବଡ଼ କାରଣ ହୋଇଛି । ଏହି ସବୁ କାରଣରୁ ପ୍ରତି ବର୍ଷ ଗୋଟିଏ ପ୍ରକାର ଫସଲ ଚାଷ କରିବା ସମ୍ଭବ ହେଉନି, ଜମିର ଉର୍ବରତା କମି  କ୍ଷତି ସହିବାକୁ ପଡ଼ୁଛି ଚାଷୀମାନଙ୍କୁ । ତେଣୁ ପ୍ରତ୍ୟେକ ଋତୁ ବା ବର୍ଷରେ ଫସଲ ଚକ୍ରରେ ପରିବର୍ତ୍ତନ ଆଣିବା ଦ୍ୱାରା ଗୋଟିଏ ସିଜନର ଫସଲରୁ ଯେପରି ଅନ୍ୟ ସିଜନରେ ହେବାକୁ ଥିବା ଫସଲ ପାଇଁ ଉପକାର ମିଳିବ ସେ ଦିଗ ପ୍ରତି ସାବଧାନିତା ଅବଲମ୍ବନ କରିଲେ ରୋଗ ପୋକ ନିୟନ୍ତ୍ରଣ ସହ ଜମିର ଉର୍ବରତା ବଢାଇ ହେବ । ତେବେ ଫସଲ ଚକ୍ରରେ କେଉଁ ଫସଲ ପରେ କେଉଁ ଫସଲ କରିଲେ ଅଧିକ ଲାଭ ମିଳିବ ଆସନ୍ତୁ ଜାଣିବା ।
-ଯଦି ଆପଣ ପ୍ରଥମ ବର୍ଷ ମକା ଫସଲ କରୁଛନ୍ତି ତେବେ ଦ୍ୱିତୀୟ ବର୍ଷ ଓଟସ୍ ଓ ତୃତୀୟ-ଚତୁର୍ଥ ବର୍ଷ ଚାରା ବା ପଶୁମାନଙ୍କ ପାଇଁ ଉପୋଯୋଗ୍ୟ ଖାଦ୍ୟ ଚାଷ କରିଲେ ଭଲ ଲାଭ ମିଳି ଥାଏ ।
-ସେହିଭଳି ଯଦି ପ୍ରଥମ ବର୍ଷ ମୂଳା, ଗାଜର ଭଳି ଫସଲ କରୁଛନ୍ତି ତେବେ ତାର ପରବର୍ଷ ଧାନ ବା ଗହମ ଚାଷ କରନ୍ତୁ ଓ ତା ପରବର୍ଷ ଘାସ ଚାଷ କରନ୍ତୁ ଜମିର ଉର୍ବରତା ବଢିବା ସହ ଫସଲ ଅମଳ ବଢିଥାଏ ।
– ଯଦି ଧାନ ଚାଷ କରୁଛୁ ତେବେ ତାହା ପରେ ମୁଗ, ବିରି,ହରଡ଼ ଭଳି ଫସଲ ଚାଷ କରିବା ଭଲ ।
ଫସଲ ଚକ୍ରରେ ପରିବର୍ତ୍ତନ କରିବା ଦ୍ୱାରା ଯବକ୍ଷାରଜାନ ପରିଚାଳନା ସଠିକ୍ ଭାବେ ହୋଇଥାଏ । ସେହିଭଳି ଜଳ ଓ ମୃତ୍ତିକା ପ୍ରଦୂଷଣ କମିଥାଏ । ମୃତ୍ତିକା ଗଠନରେ ବିକାଶ ଘଟିଥାଏ, ଜଳ ସଂରକ୍ଷଣ ହୋଇଥାଏ । ଫସଲ ଚକ୍ରକୁ ଆପଣାଇଲେ ମୃତ୍ତିକା କ୍ଷୟକୁ ରୋକା ଯାଇପାରିବ । ଘାସ,ପୋକ ନିୟନ୍ତ୍ରଣ କରିବା ସହଜ ହେବା ସହ ରୋଗପ୍ରତିରୋଧକ କ୍ଷମତା ବଢିଥାଏ । ସମନ୍ୱିତ ରୋଗପୋକ ପରିଚାଳନାକରିବା ସହଜ ହୋଇଥାଏ । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ ପଡ଼ିଥାଏ ଫସଲ ଉପରେ । ସବୁଜ ଖତ ପ୍ରୟୋଗରେ ଫସଲ ଉତ୍ପାଦନ ବଢିଥାଏ । ଅଧିକ ଫସଲ ଅମଳ ହୋଇଥାଏ । ଜୀବଜଗତ ପାଇଁ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ ।

Previous ହଳଦୀ ଥିଲେ ପାଖରେ ରୋଗ ମାଡ଼ିବେନି ଘରେ 
Next ସ୍ପନ୍ଦନ

No Comment

Leave a reply

Your email address will not be published. Required fields are marked *