ଉଦ୍ୟାନକୃଷି ମିଶନ୍ ଯୋଜନାରେ ଲାଭ

Benefits of the Horticulture Mission yojana

 ସରକାର କୃଷକମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇବା ସହ ନୂଆ ନୂଆ ଯୋଜନା ମାନ କରିଥାନ୍ତି । ସେହି ଦୃଷ୍ଟିରୁ ସରକାରଙ୍କ ଅନ୍ୟତମ କୃଷି ଓ କୃଷକ କଲ୍ୟାଣ ଯୋଜନା ହେଉଛି ‘ଉଦ୍ୟାନକୃଷି ମିଶନ୍ ଯୋଜନା’ ଏଥିରେ ବିଭିନ୍ନ ପ୍ରକାରର ଚାଷ ଓ ଯନ୍ତ୍ରପାତି କିଣା ପାଇଁ ସହାୟତା ରାଶି ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ କିଛି ।
ନୂତନ ଫଳ ବଗିଚା ପାଇଁ ହେକ୍ଟର ପିଛା ସହାୟତା ରାଶି :
ଆମ୍ବ(ସାଧାରଣ)-୧୨,୭୫୦(୩ବର୍ଷରେ)
ଆମ୍ବ(ସଘନ)-୧୬,୪୦୦(୩ବର୍ଷରେ)
କଦଳୀ(ଟିସୁ କଲଚର୍‌)-୪୦,୯୮୫(୨କିସ୍ତିରେ)
ଅମୃତ ଭଣ୍ଡା-୩୦,୦୦୦(୩ବର୍ଷରେ)
ନୂତନ ଫୁଲ ବଗିଚା ପାଇଁ ହେକ୍ଟର ପିଛା ସହାୟତା ରାଶି :
ଗୋଲାପ- କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୪୦୦୦ ଓ ଅନ୍ୟ ଚାଷୀଙ୍କ ପାଇଁ ୨୫୦୦ଟଙ୍କା
ଗ୍ଲାଡିଓଲି,ରଜନୀଗନ୍ଧା- କ୍ଷୁଦ୍ର ଓ ନାମମାତ୍ର ଚାଷୀ ୬୦୦୦ଟଙ୍କା ଓ ଅନ୍ୟ ଚାଷୀ ୩୭୫୦ ଟଙ୍କା
ଝୁରାଫୁଲ-କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୬୦୦ ଟଙ୍କା ଓ ଅନ୍ୟ ଚାଷୀ ୧୦୦୦ଟଙ୍କା
ମସଲା ଚାଷ ପାଇଁ ସହାୟତା ରାଶି :
ଅଦା ଓ ହଳଦୀ ହେକ୍ଟର ପ୍ରତି ୧୨,୦୦୦ ଟଙ୍କା ମୂଲ୍ୟର ବିହନ ଯୋଗାଣ ।
ବହୁଦିନିଆ ମସଲା ଚାଷ ପାଇଁ ହେକ୍ଟର ପ୍ରତି ୨୦,୦୦୦ ଟଙ୍କା ସହାୟତା ।
ଫଳଚାରା ନର୍ସରୀ ଉନ୍ନତି କରଣ ପାଇଁ:
୪ହେକ୍ଟର ପାଇଁ ୫.୦୦ ଲକ୍ଷ ଟଙ୍କାର ମୋଟ ଅନୁଦାନ
ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ/ସମନ୍ୱିତ ଖାଦ୍ୟସାର ପରିଚାଳନା ପାଇଁ:
ହେକ୍ଟର ପ୍ରତି ୧୨,୦୦୦ ଟଙ୍କା ଆର୍ôଥକ ସହାୟତା(ଜଣ ପ୍ରତି ସର୍ବାଧିକ ୪.୦ ହେକ୍ଟର)
ପୁରୁଣା ବଗିଚା ପୁନରୁଦ୍ଧାର:
ହେକ୍ଟର ପ୍ରତି ସର୍ବାଧିକ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ।
ଶିକ୍ଷାମୂଳକ ଗସ୍ତ ଓ ପ୍ରଶିକ୍ଷଣ ଚାଷୀ ପ୍ରତି ଦୈନିକ ଖର୍ଚ୍ଚ ପାଇଁ ସାହାଯ୍ୟ:
ରାଜ୍ୟ ମଧ୍ୟରେ ପ୍ରଶିକ୍ଷଣ-୧୦୦୦ଟଙ୍କା
ରାଜ୍ୟ ବାହାରେ ପ୍ରଶିକ୍ଷଣ-୫୦୦୦ଟଙ୍କା
ରାଜ୍ୟ ବାହାରେ ୫ଦିନିଆ ଭ୍ରମଣ-୫୦୦୦ଟଙ୍କା
ମାଳି ପାଇଁ ୬ ମାସିକ ପ୍ରଶିକ୍ଷଣ ସୁବିଧା-

Previous ଖରାଛୁଟିରେ ଖରନ୍ତୁ ଏଭଳି
Next ଅଧିକ ଅମଳ ପାଇଁ କରନ୍ତୁ ବିହନ ବିଶୋଧନ

No Comment

Leave a reply

Your email address will not be published. Required fields are marked *