ମେକ ଇନ୍ ଓଡ଼ିଶା କନକ୍ଲେଭ:ଏଗ୍ରି ମାର୍କେଟିଂରେ ୧୪୧୨ କୋଟି ଟଙ୍କାର ପୁଞ୍ଜି ନିବେଶ

Agri Business Investment Session at the Make in Odisha Conclave -2018

୧୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହୋଇଥିବା ‘ମେକ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’ରେ ଏଗ୍ରି ମାର୍କେଟିଂ ପାଇଁ ୧୪୧୨ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାଵ ମିଳିଛି ଓଡ଼ିଶାକୁ । ଏଥିରେ ରିଲାଏନ୍ସ ୩ଶହ କୋଟି, ଆଇଟିସି ୫୨୦ କୋଟି, ଓ୍ବାଏର ହାଉସିଂ ୩ ଶହ କୋଟି, କଣ୍ଟ୍ରାକ୍ଟ ଫାର୍ମିଙ୍ଗର ୧୧୨ କୋଟି ପ୍ରସ୍ତାଵ ରହିଛି । ଏହା ସହ ଓଡ଼ିଶାରେ ଖୁବ ଶୀଘ୍ର କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଆଇନ ଆସିବ ବୋଲି ସୂଚନା ମିଳିଛି । ହରିଆଣା ପରେ ଓଡ଼ିଶାରେ ହେବାକୁ ଯାଉଛି ଏହି ଆଇନ। କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଆଇନ ଅନୁସାରେ ଚାହିଦାକୁ ନେଇ ଚାଷୀ କରିବ ଉତ୍ପାଦନ ଆଉ ଦର ବି ଆଗୁଆ ଧାର୍ଯ୍ୟ ହେବ। ରାଜ୍ୟରୁ ମୁଗ,ବିରି,ସୂର୍ଯ୍ୟ ମୁଖି ଫୁଲ କିଣିବ ନାଫେଡ । ଏନେଇ ନାଫେଡ ସହ ରାଜିନାମା ସ୍ଵାକ୍ଷର ହୋଇଛି । ୫ ଶହ କୋଟି ଟଙ୍କାର ଅର୍ଡର ମିଳିଛି। ରବିରେ ଏମଏସପି ଦରରେ ଚାଷୀଙ୍କଠୁ ଫସଲ କିଣାଯାଇ ତୁରନ୍ତ ନାଫେଡ କୁ ଦେବେ ରାଜ୍ୟ ସରକାର । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କୁ ତାହାର ଷ୍ଟୋରେଜ କାପାସିଟି ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ରଖିବା ନେଇ ଓ୍ବାଏର ହାଉସିଂ ଡେଭେଲପମେଣ୍ଟ ରେଗୁଲୋଟରି ଅଥୋରିଟି ସହ ରାଜିନାମା ସ୍ଵାକ୍ଷର ହୋଇଛି ।

Previous ସହରୀଙ୍କ ଖର୍ଚ୍ଚ କମାଉଛି କିଚେନ ଗାର୍ଡେନ
Next ଭିଜା କିସମିସର ଫାଇଦା

No Comment

Leave a reply

Your email address will not be published. Required fields are marked *